ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

0

(ଜୟନ୍ତ କୁମାର ସେଠୀ/ଗୋପ): ଆଜି ପୌଷ ଅମାବାସ୍ୟାରେ ହେଉଛି ଖଣ୍ଡ ଗ୍ରାସ କେତୁଗ୍ରସ୍ଥ ସୂର୍ୟ୍ୟପରାଗ ଜ୍ଝ ତେବେ ସୂର୍ୟ୍ୟ ପରାଗ ପାଇଁ (ବୁଧବାର) ରାତି ୮ଟା ୨୦ରୁ ପାକ ତ୍ୟାଗ, ଅନ୍ନ ଭୋଜନ, ଦେବନୀତି ଆଦି ନିଷେଧ ହୋଇଛି । ତେବେ ଆଜି ସକାଳ ୮ଟା ୨୦ମିନିଟ ୮ସେକେଣ୍ଡରେ ପରାଗ ସ୍ପର୍ଶ ହୋଇ ୩ ଘଣ୍ଟା ୯ମିନିଟ ପର୍ୟ୍ୟନ୍ତ ରହିବ ।
ଏହି କ୍ରମରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ହୋଇ ଥାଏ।ଜ୍ଝ ସୂର୍ୟ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ଚନ୍ଦ୍ର ଗ୍ରହଣ ହେଉ ଅବା ସୂର୍ୟ୍ୟପରାଗ ସ୍ପର୍ଶ ସମୟରେ କୌଣସି ଦେବାଦେବୀ ମନ୍ଦିରରେ ଦେବନୀତି ନିଷେଧ ଥିବାବେଳେ ଶ୍ରୀମନ୍ଦିରରେ ସମସ୍ତ ଦେବନୀତି ଚାଲିଥାଏ । ଯେହେତୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଗ୍ରହରୂପି ଜନାର୍ଦ୍ଦନ, ତେଣୁ ତାଙ୍କର ପରାଗ କିମ୍ବା ଗ୍ରହଣ ପରେ ଦେବନୀତି ଆରମ୍ଭ ହୋଇଥାଏ । ଶ୍ରଦ୍ଧାଳୁମାନେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ତେବେ ଆଜି ସକାଳେ ପ୍ରଥମେ ମହାପ୍ରଭୁଙ୍କ ପରାଗ ମହାସ୍ନାନ ପରେ , ତଡପ ଲାଗି, ମଇଲମ, ବେଶ, ମଙ୍ଗଳ ଆରତୀ, ଅବକାଶ, ରୋଷହୋମ, ସୂର୍ୟ୍ୟପୂଜା, ଦ୍ବାରପାଳ ପୂଜା, ଗ୍ରହଣ ସାଦା ବେଶ, ପରେ ଗ୍ରହଣ ଭୋଗ, ମଇଲମ ବେଶ, ଗୋପାଳ ବଲ୍ଲଭ, ପହିଲି ଭୋଗ ଓ ସକାଳ ଧୂପ ନୀତି ହେବ । ପରେ ମାଜଣା ଓ ଏକାନ୍ତ ଆଦି ନୀତିମାନ ହେବ। ତେବେ ଆଜିର ଦିନରେ ମହାପ୍ରଭୁଙ୍କ ଦର୍ଶନ ପାଇଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏଣୁ ଆଜି ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ବେଶ ଭିଡ଼ ହୋଇଛି ।