ସେଣ୍ଟ୍ରାଲ ୟୁନିଭରସିଟି ଅଫ ଓଡିଶାର ସମସ୍ୟା ନେଇ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

0

(ଆଦର୍ଶ /ତ୍ରିଲୋଚନ)ରିପୋର୍ଟସଟୁଡେ: କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀଆଲଙ୍କୁ ଏକ ଚିଠି ଜରିଆରେ ନିଜ ଅଞ୍ଚଳରେ ଥିବା ସେଣ୍ଟାଲ ୟୁନିଭରସିଟି ଅଫ ଓଡିଶାର ସମସ୍ୟା ଗୁଡିକ ବିଷୟରେ ଅବଗତ କରାଇଛନ୍ତି ।
ସେଣ୍ଟାଲ ୟୁନିଭରସିଟି ଅଫ ଓଡିଶାର ସ୍ଥାପନା ୨୦୦୯ ମସିହାରେ ପାର୍ଲିଆମେଣ୍ଟ ଦ୍ୱାରା ସେଣ୍ଟ୍ରାଲ ୟୁନିଭରସିଟି ଆର୍ଟ ଅନୁଯାୟୀ କରାଯାଇଥିଲା । ଏହି ବିଶ୍ୱ ବିଦ୍ୟାଳୟଟି ୧୫ଟି ସେଣ୍ଟ୍ରାଲ ୟୁନଭରସିଟି ମଧ୍ୟରୁ ଅନ୍ୟତମ । ହେଲେ ବିଳମ୍ବାନାର ବିଷୟ ଯେ, ୧୧ବର୍ଷ ପରେ ମଧ୍ୟ ଶିକ୍ଷା କର୍ମଚାରୀଙ୍କର ସଂଖ୍ୟା ବହୁ କମ୍ । ସେଣ୍ଟ୍ରାଲ ୟୁନିଭରସିଟି ଅଫ ଇଣ୍ଡିଆ ଭାରତର ଏକମାତ୍ର ବିଶ୍ୱ ବିଦ୍ୟାଳୟ ଯେଉଁଠାରେ ଜଣେ ମଧ୍ୟ ପ୍ରଫେସର ନାହାନ୍ତି । ସୂଚନାଯୋଗ୍ୟ ଯେ,ଆବଶ୍ୟକୀୟ ଶିକ୍ଷା କର୍ମଚାରୀଙ୍କ ସଂଖ୍ୟା ୧୫୪ ଥିବାବେଳେ ବର୍ତ୍ତମାନ ନିଯୁକ୍ତି ପାଇଛନ୍ତି ମାତ୍ର ୧୭ର ଜଣ ।
ଏନେଇ ସାଂସଦ ମନ୍ତ୍ରୀଙ୍କ ନିକଟରେ ଆବେଦନ କରିଛନ୍ତି ଯେ, ଅନ୍ୟ ସେଣ୍ଟ୍ରାଲ ୟୁନିଭରସିଟି ଗୁଡିକ ସହିତ ତୁଳନା କରି ଉଚିତ ପଦକ୍ଷେପ ନିଅନ୍ତୁ । ଯାହା ଫଳରେ କୋରାପୁଟ ଛାତ୍ରଛାତ୍ରୀ ଏହାର ସୁଫଳ ପାଇପାରିବେ ।