(ଜୟନ୍ତ କୁମାର ସେଠୀ/ଗୋପ): ପୁରୀ ଜିଲ୍ଲା ଡେଲାଙ୍ଗ ପିପିଲର ବିଧାୟକ ପ୍ରଦୀପ ମହାରଥୀଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ବ୍ଳକର ସିଂହବହ୍ମପୁର ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦଘାଟନ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ବୈରାଗୀ ଜେନା ଧାନମଣ୍ଡିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଅନୁଷ୍ଠିତ ସଭାରେ ସମବାୟ ସମିତିର ସମ୍ପାଦକ ଧନେଶ୍ୱର ପ୍ରଧାନ ଓ ସଭାପତି ନରେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ । ଅନ୍ୟତମ ଅତିଥି ଭାବେ ଏଆରସିଏସ ପ୍ରକାଶ ଚନ୍ଦ୍ର ସେଠୀ, ସିଇଓ ସତ୍ୟଶଙ୍କର ମହାନ୍ତି ଉପସ୍ଥିତ ରହି ଚାଷୀ ମାନଙ୍କ ଠାରୁ ସଠିକ ମାର୍ଗରେ ଧାନ କିଣିବା ପାଇଁ ସମବାୟ ସମିତିର ସମ୍ପାଦକଙ୍କୁ କହିଥିଲେ । ସୁପରଭାଇଜର ପ୍ରଫୁଲ କୁମାର ସ୍ୱାଇଁ ସଭା ପରିଚାଳନା କରିଥିଲେ ପ୍ରଥମ ଦିନରେ ୫ଜଣ ଚାଷୀ ଙ୍କ ଠାରୁ ୨୧୪ କୁଇଣ୍ଟାଲ ଧାନ କିଣା ଯାଇଥିବା ସମବାୟ ସମିତିର ସୁପରଭାଇଜର ଶ୍ରୀ ସ୍ୱାଇଁଙ୍କ ଠାରୁ ପ୍ରକାଶ ।