(ଓମ ପ୍ରକାଶ ମିଶ୍ର)ସୋନପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ନୂତନ ପାଠ୍ୟକ୍ରମ ଅନୁଯାଇ ସେମିଷ୍ଟାର ବ୍ୟବସ୍ଥାରେ ହେଉଥିବା ତ୍ରୁଟିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିରୋଦ୍ଧ ପ୍ରଦର୍ଶନ କରି କଲେଜ ଗେଟରେ ଧାରଣା ଦେଇଛନ୍ତି । ମହାବିଦ୍ୟାଳୟର ପ୍ରଥମ ସେମିଷ୍ଟାର ଫଳାଫଳ ଥରେ ବାହାରି ସାରିଥିବା ବେଳେ ପୁଣି ଥରେ ସେହି ଫଳାଫଳ ତ୍ରୁଟିପୂର୍ଣ୍ଣ ଭାବରେ ବାହାରି ଥିବା ନେଇ ବିରୋଧ କରଛନ୍ତି ଛାତ୍ରଛାତ୍ରୀ ।
ଏବଂ ସେମିଷ୍ଟାର ପରୀକ୍ଷାର ଫର୍ମ ପୂରଣ ସମୟରେ ଫଳାଫଳ ଓ ପାଠ୍ୟକ୍ରମ ବିଷୟ ବସ୍ତୁରେ ପରିବର୍ତ୍ତନ ହେଉଥିବା ଅଭିଯୋଗ ହୋଇଛି ।
ସେମିଷ୍ଟାର ବ୍ୟବସ୍ଥାରେ ଅହେତୁକ ତ୍ରୁଟିପୂର୍ଣ୍ଣ ଫଳାଫଳକୁ ଯଦି ପରିବର୍ତ୍ତନ କରାନଯାଏ ।ତେବେ ଆଗାମୀ ଦିନରେ ଆନ୍ଦୋଳନ ତ୍ରୀବତର ହେବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।