ନୂଆଦିଲ୍ଲୀ: ପୁନେସ୍ଥିତ ସରେମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ଶନିବାର କହିଛନ୍ତି, ନୋଭାଭାକ୍ସ ଦ୍ୱାରା ବିକଶିତ ଟୀକା କୋଭୋଭାକ୍ସର ଟ୍ରାଏଲ ଭାରତରେ ଆରମ୍ଭ ହୋଇ ଯାଇଛି ଓ ଆଶା କରାଯାଉଛି ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଏହାର ଟୀକାଦାନ ଆରମ୍ଭ ହୋଇଯିବ ।
କୋଭୋଭାକ୍ସ ଟ୍ରାଏଲ ଭାରତରେ ଆରମ୍ଭ ହୋଇ ଯାଇଛି । ଏହି ଟୀକା ସେରମ ଇନଷ୍ଟିଚ୍ୟୁଟ ଓ ନୋଭୋଭାକ୍ସର ଭାଗିଦାରୀରେ ବିକଶିତ ହୋଇଛି । ଏହାକୁ ଆଫ୍ରିକାନ ଷ୍ଟ୍ରେନ ବିରୋଧରେ ଟେଷ୍ଟ କରାଯାଇଛି ଓ ଏହା ୮୯ ପ୍ରତିଶତ ଫଳପ୍ରଦ ରହିଥିବା ପୁନାୱାଲା ଟ୍ୱିଟ କରି ଜଣାଇଛନ୍ତି ।
ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ଅକ୍ସଫୋର୍ଡ ୟୁନିଭର୍ସିଟି ଆଷ୍ଟ୍ର।।ଜେନେକା ସହଯୋଗରେ କେଭିସିଲ ତିଆରି କରାଯାଇଛି । କୋଭିସିଲ୍ଡ ବର୍ତ୍ତମାନ ଭାରତରେ ଟୀକାକରଣରେ ବ୍ୟବହୃତ ହେବା ସହ ବିଦେଶକୁ ମଧ୍ୟ ରପ୍ତାନୀ ହେଉଛି ।