(ଓମ ପ୍ରକାଶ ମିଶ୍ର)ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିଜୁ ପଟ୍ଟନାୟକ ମହାନଦୀ ବ୍ରିଜରୁ ପଡି ଯୁବକ ଗୁରୁତର । ମହଙ୍ଗା ପଡିଲା ନଦୀ ବ୍ରିଜରେ ଚଢି ସେଲଫି ନେବା । ସହରର ବିଜୁ ପଟ୍ଟନାୟକ ସେତୁରେ ଜଣେ ଯୁବକ ସେଲଫି ନେଉଥିବା ବେଳେ ମହାନଦୀ ସେତୁ ତଳକୁ ପଡିଯାଇଛନ୍ତି।ସେଲଫି ହେଲା କାଳ ତେବେ ଗୁରୁତର ଯୁବକ ହେଲେ ଜିତୁ ନାୟକ ବୟସ ୨୫ ।ଜିତୁ ନାୟକ ତାଙ୍କ ଦୁଇଜଣ ସାଙ୍ଗଙ୍କ ସହ ସହରରୁ ହିକୁଡି ଆଡକୁ ଯାଉଥିବା ବେଳେ ମହାନଦୀ ପୋଲ ଉପରେ ଅଟକିଥିଲେ । ସେଠାରେ କିଛି ସମୟ କଥା ହେବା ପରେ ନିଜ ମୋବାଇଲରେ ସେଲଫି ନେଉଥିଲେ। ଏହାପରେ ଜିତୁ ସେଲଫି ନେବା ପାଇଁ ବ୍ରିଜର ବାଡକୁ ଚଢିଥିଲେ । ହେଲେ ନିୟନ୍ତ୍ରଣ ହରାଇ ପୋଲ ତଳକୁ ପଡିଯାଇଥିଲେ । ସେତୁ ଉପରେ ଯାଉଥିବା ଲୋକ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ।ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଜିତୁକୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ।ସେଠାରେ ଗୁରୁତ୍ୱ ର ହେବାରୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ଏବେ ଜିତୁର ସ୍ବାସ୍ଥ୍ୟ ଅବସ୍ଥା ଗମ୍ଭୀର ଥିବା ଜଣାପଡ଼ିଛି ।ପ୍ରାୟ ୪୦ ଫୁଟ ତଳକୁ କଚାଡି ହୋଇ ପଡିବାରୁ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ପାଇଥିବା ଜଣାପଡିଛି ।