ସୋନପୁର ଚନ୍ଦ୍ରଶେଖର ପାଠାଗାର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

0

(ଓମ ପ୍ରକାଶ ମିଶ୍ର) ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଚନ୍ଦ୍ରଶେଖର ପାଠାଗାର ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବଡ଼ବଜାର ସ୍କୁଲ ଛକ ଠାରୁ ସୁବର୍ଣ୍ଣପୁର ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ବୃକ୍ଷରୋପଣ କରିଛନ୍ତି ପାଠାଗାର କର୍ମକର୍ତ୍ତା । ବୃକ୍ଷ ହିଁ ଜୀବନର ନାରା ଦେଇ ଅନୁଷ୍ଠାନର କର୍ମକର୍ତ୍ତା ନିମ୍ବ,ଜାମୁ,କଦମ୍ବ ଏବଂ ଆମ୍ବ ଭଳି ମୂଲ୍ୟବାନ ବୃକ୍ଷ ରୋପଣ କରିଥିଲେ ।