(ଓମ ପ୍ରକାଶ ମିଶ୍ର)ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଉପକାରାଗାର ଛକ ନିକଟରୁ ସୋନପୁର ଟାଉନ ପୋଲିସ ଦ୍ୱାରା କଫସିରଫ ଓ ନିଶା ଟାବଲେଟ ଜବତ ହୋଇଛି। ଗତକାଲି ସୋନପୁର ଟାଉନ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ କୌଣସି ସୁତ୍ର ରୁ ଖବରପାଇ ସ୍ଥାନିୟ ଉପକାରାଗାର ଛକ ନିକଟରୁ ଏକ ବାଇକ ଡିକିରୁ ୫୦ ବୋତଲ (ଏସକଫ)ନାମକ କଫସିରଫ ସହିତ କିଛି ନିଶା ଟାବଲେଟ ଜବତକରିଛି। ତରଭା ସହରର ଅନିସର ସୁଲଖାଁ ନାମକ ଏକ ଯୁବକକୁ ଗିରଫ କରିବା ସହିତ ତା ପାଖରୁ ଏକ ମୋବାଇଲ ଫୋନ, ଗୋଟିଏ ବ୍ୟାଙ୍କ ଡେବିଟ କାର୍ଡ ସହ ନଗଦ ୨ ହଜାର ୬୦ ଟଙ୍କା ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି। ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ବୋଲି ତଦନ୍ତ ଅଧିକାରୀ ସବ୍ୟସାଚୀ ପ୍ରଧାନ ସୂଚନା ଦେଇଛନ୍ତି ।