ସୋନପୁର: ବିଜେଡିର ଶକ୍ତି ପ୍ରଦର୍ଶନ

0

(ଓମପ୍ରକାଶ ମିଶ୍ର/ ସୋନପୁର): ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ବିଜେଡି ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇଛି। ଏଥିରେ ବିଜେଡି ବିଧାୟକ ପ୍ରାର୍ଥୀ ନିରଞ୍ଜନ ପୂଜାରୀ ତାଙ୍କର ହଜାର ହଜାର ସମର୍ଥକଙ୍କ ସହିତ ସ୍ଥାନୀୟ ସୁରେଶ୍ୱରୀ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ କସ୍ତୁରୀ ଛକ, ମଝିପଡା ଛକ, ଦେଇ କଚେରୀ ଛକ ଠାରେ ପହଞ୍ଚି ଥିଲେ। ହେଲେ ଆଜି ବିଧାୟକ ନିରଞ୍ଜନ ପୂଜାରୀ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିନଥିବା ଦେଖିବାକୁ ମିଳିଛି ।