ସ୍କର୍ପିଓରୁ ଜବତ ହେଲା ୧୫ ଲକ୍ଷ

0

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଛତିଶଗଡ଼ରୁ କୋରାପୁଟ ଅଭିମୁଖେ ଆସୁଥିବା ଏକ ସ୍କର୍ପିଓରୁ ୫୧ ଲକ୍ଷ ୧୬ ହଜାର ଟଙ୍କା ଜବତ ହୋଇଛି। ବିଏସ୍‌ଏଫର ଯବାନମାନେ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ପୋଲିସ ଥାନାର କୋଡ୍ରିମାଳପୁଟ ନିକଟରେ ଏହି ଟଙ୍କାକୁ ଜବତ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ବିଏସ୍‌ଏଫ୍‌ର ଯବାନମାନେ ଡ୍ୟୁଟିରେ ଥିବା ବେଳେ ରାସ୍ତାରେ ଯାଉଥିବା ଏକ ସ୍କର୍ପିଓକୁ ଦେଖିଥିଲେ। ସ୍କର୍ପିଓକୁ ଦେଖିବାମାତ୍ରେ ସେମାନଙ୍କର ସନ୍ଦେହ ହୋଇଥିଲା। ତେଣୁ ସେମାନେ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସ୍କର୍ପିଓରୁ ୫୧ଲକ୍ଷ ୧୬ହଜାର ଟଙ୍କା ମିଳିଥିଲା। ଏହା ପରେ ବିଏସ୍‌ଏଫ୍‌ ଜବତ ଟଙ୍କା, ସ୍କର୍ପିଓ ଓ ଗାଡ଼ିରେ ଥିବା ୨ ଜଣଙ୍କୁ ପୁଲିସକୁ ହସ୍ତାନ୍ତର କରିଥିଲା। ମାଛକୁଣ୍ଡ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ଥିବା ଲୋକେ କେଉଁ କାମରେ ଆସିଥିଲେ ତାହା ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।