ସ୍କୁଲ ସ୍ଥାନାନ୍ତରକୁ ନେଇ ପ୍ରତିବାଦ

0

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମପଞ୍ଚାୟତର ସଦାଶିବପୁର ଗାଁ ସ୍କୁଲ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବାରୁ ପ୍ରତିବାଦ କରି ସ୍ଥାନୀୟ ବିଈଠ ଓ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ଅଭିଭାବକ ଓ ଗ୍ରାମବାସୀ। କିଛି ସୁଫଳ ନ ମିଳିବାରୁ ଗ୍ରାମର ଲୋକେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ଯାଇ ପ୍ରତିବାଦ କରିବା ସହ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।କାରଣ କମ ଛାତ୍ରଛାତ୍ରୀ ପଢୁଥିବା କାରଣ ଦର୍ଶାଇ ଉକ୍ତ ପ୍ରାଥମିକ ବିଦ୍ୟାଳୟକୁ କଳମ୍ବ ଗ୍ରାମ ପଞ୍ଚାୟତର ଦସୀପୁର ଗାଁ ସ୍କୁଲ ସହ ମିଶ୍ରଣ କରାଯାଇଥିବା ନେଇ ସରକାରୀ ନିର୍ଦ୍ଦେଶ ରହିଥିବା କୁହାଯାଇଛି।ଏହି ନିର୍ଦ୍ଦେଶନାମାକୁ ନେଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ସେମାନଙ୍କର ଅଭିଯୋଗ ଯେ,ସଦାଶିବପୁର ଗ୍ରାମର ପିଲାମାନେ ନିକଟସ୍ଥ ଦସୀପୁର ସ୍କୁଲକୁ ଯିବା ସମସ୍ୟା ହେବ ।କାରଣ ଯିବା ରାସ୍ତାରେ ଗାଁ ମଶାଣି, ଦୁଇଟି ପୋଖରୀ ଓ ଇଲେଟ୍ରିକ ସଵଷ୍ଟେସ ଥିବାରୁ କୁନି କୁନି ପିଲାମାନଙ୍କୁ ସେଠାକୁ ଯିବା ବିପଦ ହୋଇପାରେ।ଏଣୁ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ସ୍କୁଲକୁ ସ୍ଥାନାନ୍ତର କରାନଯାଉ ବୋଲି ଗ୍ରାମବାସି ଦାବି କରିଛନ୍ତି।ଯଦି ନିଷ୍ପତ୍ତି ପରିବର୍ତ୍ତନ କରାନଯାଏ ତା’ହେଲେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି କହିଛନ୍ତି।