(ଶିଳାସ୍ମିତା ରାୟ) ଭୁବନେଶ୍ୱର: ମହିଳାଙ୍କ ଜୀବନ ମା’ ହେବା ପରେ ବଦଳି ଯାଇଥାଏ । ନବଜାତକର ଯତ୍ନ ମାର ପ୍ରଥମ କର୍ତ୍ତବ୍ୟ ହୋଇଥାଏ । କାରଣ ଶିଶୁ କେବଳ ମାତୃ ସ୍ତନ ଉପରେ ନିର୍ଭର କରିଥାଏ । ଶିଶୁ ପାଇଁ ମା କ୍ଷୀର ଅମୃତ ସମାନ । କିନ୍ତୁ ବେଳେବେଳେ ମତୃ ସ୍ତନ୍ୟମଧ୍ୟ ଶିଶୁ ପାଇଁ ଘାତକ ହୋଇଥାଏ । ଏଥିପାଇଁ ମା’ର ଖାଦ୍ୟାଭ୍ୟାସ ଦାୟୀ । ଶିଶୁ ପାଇଁ ମା’ର କେଉଁସବୁ ଖାଦ୍ୟ ଓ ପାନୀୟ ଘାତକ ହୋଇଥାଏ ତାହା ଜାଣିବା ଆବଶ୍ୟକ ।
କଫି
ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ କଫିଠାରୁ ଦୂରେଇ ରହିବା ଆବଶ୍ୟକ । ଯଦି ନିତାନ୍ତ ଆବଶ୍ୟକ ବା ଅଭ୍ୟାସଗତ ଥିବ ତେବେ ଦିନରେ ଥରେ ବା ଦୁଇ ଥର ପିଆଯାଇପାରେ । କାରଣ କଫିରେ ଥିବା କଫିନ ଶିଶୁର ନିଦ ଉପରେ କୁପ୍ରଭାବ ପକାଇଥାଏ । କଫିର ସବୁଠାରୁ ଅଧିକ ମାତ୍ରା ପିଇବାର ଦୁଇ ଘଣ୍ଟା ପରେ ମଧ୍ୟ ରହିଥାଏ । ତେଣୁ ଦିନରେ ବାରମ୍ବାର କଫି ପିଇବା ଶିଶୁ ପାଇଁ କ୍ଷତିକାରକ ।
ମଦ
ମଦ ପିଉଥିବା ଲୋକଙ୍କ ରକ୍ତରେ ଆଲକୋହଲ ୨୪ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ମା ମଦ ପିଇଲେ ମଦରେ ଥିବା ଆଲକୋହଲ ଶିଶୁପାଇଁ କ୍ଷତିକାରକ ହୋଇଥାଏ । ତେଣୁ ସ୍ତନ୍ୟପାନ କରାଉଥିବା ମା ମଦ୍ୟପାନ କରିବା ଅନୁଚିତ ।
ସିଗାରେଟ
ସିଗାରେଟ ଟାଣିବା ଦ୍ୱାରା ମା’ର କ୍ଷୀର ପରିମାଣ ଧୀରେ ଧୀରେ କମିଥାଏ । ତେଣୁ ସ୍ତନ୍ୟପାନ କରାଉଥିବା ମା ଧୂମ୍ରପାନ କରିବା ଅନୁଚିତ । ଯେଉଁ ମହିଳାମାନେ ଧୂମ୍ରପାନ ଛାଡିପାରିବେ ନାହିଁ ସେମାନେ ପିଲାଙ୍କୁ ସ୍ତନପାନ କରାଇବା ଠିକ ନୁହେଁ ।
ଔଷଧ
ସ୍ତନ୍ୟପାନ କରାଉଥିବା ମା’ଙ୍କୁ ସାଧାରଣତଃ ଔଷଧ ସେବନ ପାଇଁ ମନା କରାଯାଇଥାଏ । କିନ୍ତୁ ଏହା ସମ୍ପୂର୍ଣ୍ଣ ଠିକ ନୁହେଁ । ପ୍ରସବ ପରେ ମା’ କୁ କେତେକ ଔଷଧ ଗ୍ରହଣ କରିବା ଆବଶ୍ୟକ ହୋଇଥାଏ । ତେଣୁ ସବୁ ଔଷଧ କ୍ଷତିକାର ନୁହେଁ । ତେବେ କାଶ, ଥଣ୍ଡା ପରି ଔଷଧ ଖାଇବା ଠିକ୍ ନୁହେଁ । ଏହି ସବୁ ଔଷଧ ଦ୍ୱାରା ମା’ ଦୁର୍ବଳ ଅନୁଭବ କରିଥାଏ ।