(ପ୍ରିୟଦର୍ଶନୀ ସ୍ୱାଇଁ): ନୃଶଂସ ଭାବେ ସ୍ତ୍ରୀକୁ ହତ୍ୟା କରି ଗଛରେ ଚଢ଼ିଗଲେ ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଜୟପାଟଣା କୁରିଗୁମ୍ମା ଗ୍ରାମରେ । ପାରିବାରିକ କଳହକୁ ନେଇ ଏହି ହତ୍ୟା କାଣ୍ଡ ହୋଇଥିବା ବେଳେ ଅଧିକାଂଶ ସମୟ କଳହ ହେତୁ ସ୍ତ୍ରୀ ତା ବାପ ଘରକୁ ଯାଇ ରହୁଥିଲା । ହଠାତ୍ ଅଭିଯୁକ୍ତ ସ୍ୱାମୀ ଶ୍ୱଶୁର ଘରେ ପହଁଚି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ ଏବଂ କଲେଜ ଛକ ନିକଟରେ ଥିବା ଏକ ଗଛରେ ଚଢି ଯାଇଥିଲେ । ଫଳରେ ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେବା ପରେ ଦୀର୍ଘ ଏକ ଘଂଟା ପ୍ରୟାସ କରି ଅଭିଯୁକ୍ତକୁ ପୁଲିସ ଆୟତ୍ତ କରିଛି ।