ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି)– ମୟୂରଭଞ୍ଜରେ ଜଣେ ବ୍ୟକ୍ତି ରାଗ ଉପରେ ନିୟନ୍ତ୍ରଣ ରଖିନ ପାରି ତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କୁ ହତ୍ୟା କରିଛି । ହତ୍ୟା ପରେ ଭୟରେ ମୃତଦେହକୁ ଜଙ୍ଗଲରେ ପକାଇଦେଇଥିବା ବେଳେ ପୋଲିସ ଏହି ମାମଲାରେ ହତ୍ୟାକାରୀକୁ ଗିରଫ କରିଛି ।\nସୂଚନା ଅନୁଯାୟୀ, ମୟୁରଭଂଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ଗାଁର ଜେନା ଭକ୍ତା ଜଣେ ଦିନ ମଜୁରିଆ ଭାବରେ କାମ କରେ । ଦିନେ ହଠାତ ଭକ୍ତାର ପତ୍ନୀ ଆଉ କାହା ସହିତ ପଳାଇଲେ । ବହୁ ଦିନର ବ୍ୟବଧାନରେ ଭକ୍ତା ମଧ୍ୟ ପାରାଦ୍ୱୀପ କାମ କରିବାକୁ ଯାଇ ସେଠାରେ ଗେଣ୍ଡୁ ନାମକ ଜଣେ ବିବାହିତା ମହିଳାଙ୍କ ସହିତ ଭକ୍ତାର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ସେ ଗେଣ୍ଡୁ ଓ ତାଙ୍କ ଦୁଇ ପିଲାଙ୍କୁ ଗାଁକୁ ନେଇ ଆସିଥିଲେ । ଗାଁରେ ସେମାନେ କାମ କରି ଚଳୁଥିଲେ । ହେଲେ ଗତକାଲି ରାତିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଭକ୍ତା ଏଥିରେ ଉତ୍ୟକ୍ତ ହୋଇ ଏକ କାଠ ଫାଳିଆରେ ଗେଣ୍ଡୁଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଗେଣ୍ଡୁଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଡରି ଯାଇ କେହି ଗ୍ରାମବାସୀ ଉଠିବା ଆଗରୁ ଭକ୍ତା ଶବକୁ ନେଇ ଜଙ୍ଗଲରେ ଫିଙ୍ଗି ଦେଇଥିଲା । ସକାଳେ ଜଙ୍ଗଲକୁ ଯାଇଥିବା ଗ୍ରାମବାସୀମାନେ ବୁଦାରେ ଗେଣ୍ଡୁଙ୍କ ଶବ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଭକ୍ତାଙ୍କୁ ଗିରଫ କରିଥିଲେ । ଭକ୍ତାଙ୍କୁ ପଚାରିବାରୁ ସେ ଗେଣ୍ଡୁଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା ।