ସ୍ନାନଯାତ୍ରା ପାଇଁ ପୁରୀରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା

ନିୟୋଜିତ ହେବେ ୫୦ ପ୍ଲାଟୁନ ପୁଲିସ ଫୋର୍ସ

0

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ଏଥିଲାଗି ୭ରୁ ୮ଲକ୍ଷ ଭକ୍ତଙ୍କ ସମାଗମ ହେବ । ଏଥିଲାଗି ପୁଲିସ ପକ୍ଷରୁ ୫ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭକ୍ତମାନେ କିଭଳି ଭାବେ ସ୍ନାନ ମଣ୍ଡପରୁ ମହାପ୍ରଭୁଙ୍କ ସାନିଧ୍ୟ ସହିତ ସ୍ନାନଯାତ୍ରାକୁ ସୁରୁଖୁରୁରେ ଉପଭୋଗ କରିପାରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ରହିବେ । ମଙ୍ଗଳବାର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାବାହୁ । ଦୀର୍ଘ ଦୁଇ ବର୍ଷ ପରେ ଏଥର ଭକ୍ତଙ୍କ ଗହଣରେ ହେବାକୁ ଯାଉଛି ଦେବସ୍ନାନ ପୂର୍ଣ୍ଣିମା । ଆଉ ବଡଦାଣ୍ଡରେ ବଡଠାକୁରଙ୍କ ଗଜାନନ ବେଶକୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ରାତ୍ରି ସାଢେ ୩ଟାରୁ ମହାପ୍ରଭୁଙ୍କର ମଙ୍ଗଳାର୍ପଣ ନୀତି ସମାପନ ହେବ । ଏହାପରେ ପ୍ରାତଃ ୪ଟାରୁ ୬ଟା ଭିତରେ ପହଣ୍ଡି ନୀତି ଅନୁଷ୍ଠିତ ହେବ । ପହଣ୍ଡି ଶେଷ ହେବା ପରେ ସକାଳ ସାଢେ ୬ଟାରେ ମହାପ୍ରଭୁଙ୍କର ମଙ୍ଗଳ ଆଳତି କରାଯିବ । ଏହାପରେ ସାଢେ ୮ଟାରେ ବେଶଶେଷ ଓ ରୋଷହୋମ ନୀତି ସମାପନ ହେବ ।