ସ୍ୱଚ୍ଛ, ନିରପେକ୍ଷ ନିର୍ବାଚନ ଚାହୁଁନାହିଁ ବିଜେପି: ସସ୍ମିତ

0

(ତ୍ରିଲୋଚନ ରାଉତ) ଭୁବନେଶ୍ୱର: ଆଜି ବିଜେଡିର ଏକ ଚାରିଜଣିଆ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ବିରୋଧରେ ଫେରାଦ ଦେଇଛି । ସିଇଓଙ୍କୁ ଅଭିଯୋଗ କରାଯାଇଛି କି, କେନ୍ଦ୍ରାପଡାରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଭିଡିଓ କନଫେରେନ୍ସି ମାଧ୍ୟମରେ ଭୋଟରଙ୍କୁ ପ୍ରଭାବିତ କରିବାରେ ଲାଗିଛନ୍ତି। ସେଠାରେ ଖୁଲମଖୁଲା ଆଚରଣ ବିଧି ଉଲ୍ଲଙ୍ଘନ କରାଯାଉଛି । ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ କରାଇଦେବାକୁ ବିଜେପି ଚାହୁଁନାହିଁ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ।
ସିଇଓଙ୍କ ନିକଟରେ ବିଜେଡି ଆହୁରି ଅଭିଯୋଗ କରିଛି କି, ଆଚରଣ ବିଧି ଲାଗି ହେବା ପରେ ମଧ୍ୟ ବିଜେପିର ହୋର୍ଡିଂ ସବୁ ପୂର୍ବବତ ରହିଛି । କେତେକ ସ୍ଥାନରେ ହୋର୍ଡିଂରେ ସ୍ୱଳ୍ପ ପରିବର୍ତ୍ତନ କରାଯାଇ ତାହାକୁ ଲଗାଯାଇଛି ।
ସସ୍ମିତ ସାମ୍ବାଦିକମାନଙ୍କୁ କହିଛନ୍ତି, ଏଥିନେଇ ବାରମ୍ବାର ଅଭିଯୋଗ କରା ଯାଉଥିଲେ ମଧ୍ୟ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉ ନାହିଁ । ନିର୍ବଚନ କମିଶନ ବିଜେଡିର ହୋର୍ଡିଂକୁ କାଢି ଦେଇଥିଲେ ମଧ୍ୟ ବିଜେପି ହୋର୍ଡିଂରେ ହାତ ଲଗାଉ ନାହାନ୍ତି । ତୁରନ୍ତ ଏଥିନେଇ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ଦାବି କରିଛି ।