(ରିପୋଟର୍ସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଉତ୍ତରପ୍ରଦେଶର ଏତମଦୁଦାଉ ଅଞ୍ଚଳରେ ରବିବାର ରାତିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସ୍ୱାମୀକୁ ମଦ ପିଇବାକୁ ବାରଣ କରିବା ସ୍ତ୍ରୀକୁ ମହଙ୍ଗା ପଡିଛି । ଏହି ଘଟଣାପେରେ ବ୍ୟକ୍ତି ନିଜ ପତ୍ନୀଙ୍କ କଟା ମୁଣ୍ଡ ଧରି ସୋମବାର ଉତ୍ତରପ୍ରଦେଶର ଏକ ପୁଲିସ୍ ଷ୍ଟେସନ୍ରେ ପହଞ୍ଚିଥିବା ମିଳିଥିବା ସୂଚନାରୁ ଜଣାପଡିଛି । ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ମଦ୍ୟପାନ କରିବାକୁ ବାଧା ଦେବାରୁ ବ୍ୟକ୍ତି ଜଣକ ରାଗରେ ଆସି ନିଜ ପତ୍ନୀଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେବାପରେ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ରହିଛି।
ଅଭିଯୁକ୍ତ ସ୍ବାମୀ ହେଉଛନ୍ତି ନରେଶ। ସେ ଜଣେ ଟିଭି ମେକାନିକ୍। ସେ ୧୭ ବର୍ଷ ତଳେ ଶାନ୍ତିଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ୩ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ପୂର୍ବରୁ ମଧ୍ୟ ନରେଶଙ୍କ ମଦ୍ୟପାନକୁ ନେଇ ଅନେକ ଥର ପାରିବାରିକ କଳହ ଉପୁଜୁଥିଲା । କିନ୍ତୁ ରବିବାର ରାତିରେ କଳହ ବଢ଼ିଯିବାରୁ ଏହା ଉଗ୍ର ରୁପ ଧାରଣ କରିଥିଲା ।