(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ପାଇଁ କରାଯାଇଥିବା କାର୍ଯ୍ୟ ଅତୁଳନୀୟ। ଏହି କର୍ମରେ ଭଞ୍ଜନଗରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପକ୍ଷରୁ ଭଞ୍ଜନଗର ପ୍ରଶାସନର ସମସ୍ତ କାର୍ଯ୍ୟାଳୟ ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି।ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଅଧକ୍ଷ ଚିନ୍ମୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମାଜ ସେବୀ ବବି ଅନନ୍ତ ନାଗ ରଥ ଓ ନିଲୁ ବିଷୋୟୀ ପ୍ରମୂଖ ଉପସ୍ଥିତ ରହି ପ୍ରଶାସନିକ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ , ତହସିଲଦାର ଆଲୋକ କୁମାର ପ୍ରଧାନ , ଉପଖଣ୍ଡ ମେଡିକାଲ ଅଧିକ୍ଷକ ସିତଂ।ଶୁ ଶେଖର ଶତପଥୀ , ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ , ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ , ଭଞ୍ଜନଗର ଏନ.ଏ. ସି କାଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ୟ୍ୟ ଓ ଅଗ୍ନିଶମ ବିଭାଗ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।