ସ୍ୱାମୀ ମୁଣ୍ଡ ନେଇ ଥାନାରେ ପହଞ୍ଚିଲେ ସ୍ତ୍ରୀ

0

 (ପ୍ରିୟଦର୍ଶନୀ ସ୍ୱାଇଁ): ସ୍ତ୍ରୀ  ସ୍ୱାମୀର ଦୀର୍ଘୟୁ କାମନା କରି ୧୨ମାସରେ ୧୩ ପର୍ବରେ ଉପବାସ କରିଥାଏ । କିନ୍ତୂ ଯଦି ସ୍ୱାମୀ ନୃସଂଶ ପାଲଟି ଯାଏ ତେବେ କଣ କରିବେ ? ଏହା ମନରେ ଦ୍ୱନ୍ଦ ସୃଷ୍ଟି କରିଦେଉଛି । ଆସାମର ଲକ୍ଷ୍ମୀପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ଯାହାଶୁଣି ଆପଣଙ୍କର ବି ଲୋମ ଟାଙ୍କୂରୀ ହୋଈଯିବ । ଏଠାରେ ଜଣେ ମହିଳା ନିଜ ସ୍ୱାମୀର ମୁଣ୍ଡ କାଟି ପ୍ଳାଷ୍ଟିକ ଥାଳିରେ ରଖି ନିଜେ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ପୋଲିସ ଉକ୍ତ ମହିଳାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମହିଳାଙ୍କ କହିବା ମୁତାବକ ସ୍ୱାମୀ ନିତିଦିଦ ମଦ ପିଇ ଆସି ଘରେ ମାର ପିଟ କରନ୍ତି । ଏପରିକି ଛୁଆଙ୍କୁ ମଧ୍ୟ ଛାଡ଼ନ୍ତି ନାହିଁ । ଏପରି ଅତ୍ୟାଚାର ସହିନପାରି ହତ୍ୟା କରିଥିବା କହିଛନ୍ତି ।