ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଫଳରସ

0

(ମମତା ସାମଲ)ରିପୋର୍ଟସଟୁଡେ: ଅନେକ ଲୋକ ଜୁସ ପିଇବାକୁ ପସନ୍ଦ କରନ୍ତି । ମିକ୍ସ ଜୁସରେ ସବୁ ପ୍ରକାର ଫଳ ମିଶୁଥିବାରୁ ବିଭିନ୍ନ ଭିଟାମିନ ମିଳିଥାଏ । କିନ୍ତୁ ମିକ୍ସ ଜୁସ ଅପେକ୍ଷା ବିଭିନ୍ନ ଫଳର ଅଲଗା ଅଲଗା ଜୁସ ପିଇବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଆସନ୍ତୁ ଜାଣିବା କେଉଁ ଜୁସ ପିଇଲେ କେଉଁ ସବୁ ଲାଭ ମିଳେ ।
ସେଓ ରସ : ଦୈନିକ ଗୋଟିଏ ସେଓ ଖାଇବା ଦ୍ୱାରା ଅନେକ ରୋଗଠାରୁ ମୁକ୍ତି ମିଳିଥାଏ । ତେଣୁ ଆପଣ ଯଦି ରସ ପିଇଲେ ତେବେ ନୀରୋଗ ରହିବେ ଏଥିରେ ସନ୍ଦେହ ନାହିଁ । ଏହାଛଡା ଆପଣ ଏଥିରେ କ୍ଷୀର ମିଶାଇ ଆପେଲ ସେକ ମଧ୍ୟ କରିପାରିବେ ।
ମୌସମୀ ରସ : ମୌସୁମୀ ଜୁସ ପିଇଷଳ ଚେହେରାରେ ବୟସ୍କପଣ ସହଜରେ ଦିଶେ ନାହିଁ । ଡାଏଟରେ ଥିବା ଲୋକମାନେ ବିଶେଷ କରି ମୌସୁମୀ ଜୁସ ପିଇଥାନ୍ତି । ଏହାଦ୍ୱାରା କେଶ ଝଡିବା ସମସ୍ୟା ଦୂର ହୋଇଥାଏ ।
ଡାଳିମ୍ବ ରସ: ଯଦି ଆପଣ କୌଣସି ପ୍ରକାରର ରକ୍ତହୀନତା ରୋଗର ଶିକାର ହୋଇଛନ୍ତି ତେବେ ଆପଣଙ୍କ ପାଇଁ ଡାଳିମ୍ବ ରସ ଭଲ ଅଟେ। ଦୈନିକ ଗୋଟିଏ ଗ୍ଲାସ ଡାଳିମ୍ବ ରସ ପିଇବା ଦ୍ୱାରା ଆପଣ ନିଜର ସମସ୍ୟା ଦୂରେଇ ଦେଇପାରିବେ।
ସପୁରୀ ରସ: ସପୁରୀ ରସ ଆଖି ଓ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ। ଏହି ଜୁସ୍‌ ପିଇଲେ ହଜମ ଭଲ ହେବା ସହ ଶରୀରକୁ ପ୍ରଚୁର ପରିମାଣର ଭିଟାମିନ୍‌ ସି ମିଳିଥାଏ।