(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ଥରିକୃତ ୫ ଟି ମନ୍ତ୍ରର କାର୍ଯ୍ୟକାରିତାକୁ ନେଇ ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଗତକାଲି କମିଶନର ତଥା ଶାସନ ସଚିବ ଡ଼ାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ବୈଠକରେ ଅନଲାଇନରେ ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ,ଆମ୍ବୁଲାନ୍ସ ସେବାର ଗୁଣାତ୍ମକ ଅନୁଧ୍ୟାନ,ରୋଗୀଙ୍କୁ ଅନଲାଇନ ରିପୋର୍ଟ ପ୍ରଦାନ,ରକ୍ତ ଭଣ୍ଡାରରେ ଗଚ୍ଛିତ ରକ୍ତର ସ୍ଥିତି ,ରୋଗୀଙ୍କ ଅଭିଯୋଗ ତଦାରଖ ଏଭଳି ୧୫ଟି କ୍ଷେତ୍ରରେ ୫ଟି ସୂତ୍ର କିଭଳି ଲାଗୁ ହେଉଛି ସେ ସଂପର୍କରେ ସବିଶେଷ ତଥ୍ୟ ବିଷୟରେ ଆଲୋଚନା ହୋଇଥିଲା।
ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ,ରାଜ୍ୟ ମେଡ଼ିକାଲ ନିଗମ ଏମ.ଡ଼ି ୟାମିନୀ ଷଡ଼ଙ୍ଗୀଙ୍କ ସମେତ ବିଭାଗର ସମସ୍ତ ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ ,ଯୁଗ୍ମ ସଚିବ,ଉପସଚିବ, ନିର୍ଦ୍ଦେଶକ ମାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ମାନେ ଯୋଗ ଦେଇଥିଲେ ।