ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଶିକ୍ଷଣ ଶିବିର ଓ ରୁଣମେଳା ଅନୁଷ୍ଠିତ

0

(ଓମ୍ ପ୍ରକାଶ ମିଶ୍ର /ସୋନପୁର): ଆଜି ସୋନପୁର ବ୍ଳକ ପରିସରରେ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଶିକ୍ଷଣ ଶିବିର ଓ ରୁଣମେଳା ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡୋଳାମଣି ପଟେଲ ଯୋଗଦେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆତ୍ମନିର୍ଭର ହେଲେ ସମାଜରେ ପରିବର୍ତ୍ତନ ଆସିପାରିବ ବୋଲି ମତ ଦେଇଥିଲେ। ଏଥିରେ ଷ୍ଟେଟ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ସୂର୍ୟ୍ୟକାନ୍ତ ଦାସ, ନାବାର୍ଡ ଡିଡିଏମ ତାପସ ଶଙ୍କର ରାଉତ ,ଶାଖା ପରିଚାଳକ ରାଜେନ୍ଦ୍ର ଦାସ, ରୁଣ ଅଧିକାରୀ ସଞ୍ଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ଏଥିରେ ଷ୍ଟେଟବ୍ୟାଙ୍କ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧ କୋଟି ୨୦ ଲକ୍ଷ ଟଙ୍କା ରୁଣ ଦିଆଯାଇଥିଲା।