ହଟ ସିଟରେ କନ୍ଧମାଳ ସାଂସଦ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ସୋନି ଟିଭିରେ ପ୍ରସାରିତ ହେଉଥିବା ”କୌନ ବନେଗା କରୋଡ ପତି ସିଜନ ୧୧”ରେ ଅମିତାଭ ବଚ୍ଚନଙ୍କ ସହ ନଜର ଆସିବେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ।
ଅମିତାଭଙ୍କ ସହ ‘‘କର୍ମବୀର’’ ସ୍ପେଶାଲ ଏପିସୋଡରେ ଡକ୍ଟର ଅଚ୍ୟୁତ ସାମନ୍ତ ନଜର ଆସିବେ। ଏହି ସ୍ପେଶାଲ ଏପିସୋଡଟି ନଭେମ୍ବର ୧୫ ଅର୍ଥାତ ଆସନ୍ତା ଶୁକ୍ରବାର ପ୍ରସାରିତ ହେବ। ଏହି ସୋ’ରେ ଡକ୍ଟର ସାମନ୍ତ, ବିଗ ବିଙ୍କ ସହିତ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ନଜର ଆସିବେ।
ଏହି ଏପିସୋଡରେ ଅଚ୍ୟୁତ ସାମନ୍ତ ନିଜ ସଂଘର୍ଷମୟ ଜୀବନର କାହାଣୀକୁ ଦର୍ଶକଙ୍କ କହିବେ। ଗୋଟିଏ ଛୋଟିଆ ଗାଁରୁ ଆସି ସେ ଆଜି କେମିତି ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇପାରିଲେ ଏହି ଏପିସୋଡରେ ଦର୍ଶକ ଦେଖିବାକୁ ପାଇବେ।