ହସ୍ପିଟାଲରେ ଉପବାଚସ୍ପତି ରଜନୀକାନ୍ତ ସିଂହ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଗୁରୁବାର ସକାଳଟି ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ପାଇଁ ଯେମିତି ଅଶୁଭ ଦିନ ଥିଲା । ସେ ଆଜି ସକାଳୁ ସକାଳୁ ତାଙ୍କ ପାଇଁ ଉଦ୍ଦିଷ୍ଟ ନୂଆ ସରକାରୀ କୋଠା ଦେଖିବାକୁ ଯିବା ବେଳେ ଗୋଡ ଖସିଯିବାରୁ ପଡିଯାଇଛନ୍ତି ଓ ତାଙ୍କ ଗୋଡ ଭାଙ୍ଗିଯିବାରୁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ।
ରାଜଧାନୀ ଭୁବନେଶ୍ୱରରେ ଏକ ନୂଆ କୋଠା ସିଂହଙ୍କ ପାଇଁ ଆଲର୍ଟ ହୋଇଛି। ଆଜି ସକାଳେ ରଜନୀ କାନ୍ତ ସିଂହ ଏହି ନୂଆ କୋଠା ଦେଖିବାକୁ ଯାଇଥିଲେ। ସେଠାରେ ସେ ଘର ବୁଲି ଦେଖୁଥିବା ବେଳେ ତାଙ୍କର ଗୋଡ ଖସି ଯାଇଥିଲା ଓ ସେ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ଗୋଡ ଓ ଅଣ୍ଟାରେ ମାଡ ହୋଇଛି। ତାଙ୍କୁ ସଙ୍ଗେସଙ୍ଗେ କ୍ୟାପିଟାଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସିଂହଙ୍କ ଗୋଡ ଭାଙ୍ଗିଥିବା ଏକ୍ସ-ରେ ପରେ ଜଣାଯାଇଥିବା ଡାକ୍ତର କହିଛନ୍ତି ।