ହାତୀପଲ ଗୋଡେଇବାକୁ ଯାଇ ଯୁବକ ଗୁରୁତର

0

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ହାତୀପଲଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତକାଲି ବିଳମ୍ବିତ ରାତିରେ ସୁକୃଳି ବ୍ଲକର କାଶୀପାଳ ଗାଁ ରେ ହାତୀପଲ ଆତଙ୍କ ଦେଖିବାକୁ ମିଳିଥିଲା।ବେସୁଦେଵ ନାୟକ, ଗୋବିନ୍ଦ ଚନ୍ଦ୍ର ଗିରି, ଭାସ୍କର ନାୟକ ପ୍ରଭୁତିଙ୍କ ଘର ଭାଙ୍ଗିବା ସହିତ ଧାନ ଖାଇ ଦେଇଛନ୍ତି।କିଛି ସମୟ ପାଇଁ ଗାଁରେ ହାତୀପଲ ଜନ ଜୀବନ ଅସ୍ତବ୍ୟସ୍ତ କରିଦେଇଥିଲେ।ଯାହାଫଳରେ ଅଳ୍ପକେ ବଞ୍ଚି ଗଲେ ଗୋଟିଏ ପରିବାରର ସଦସ୍ୟ।ଗତକାଲି ମହିଳାଶୁଲି ଜଙ୍ଗଲକୁ ସକାଳୁ ସକାଳୁ ୨୨ଟି ହାତୀ ଫେରିଆସିଥିଲେ।ହାତୀପଲକୁ ଦେଖିବାକୁ ବିଭିନ୍ନ ସ୍ଥାନରୁ ଲୋକମାନଙ୍କ ର ସୁଅ ଛୁଟିଥିଲା।ସନ୍ଧ୍ୟାରେ କରଞ୍ଜିଆ ରେଞ୍ଜର ମହିଳାଶୁଲି ଜଙ୍ଗଲରେ ୨୨ଟି ହାତୀ କୁ ଘୋଡେଇବା ସମୟରେ ତଳେ ପଡି ଜଣେ ଯୁବକ ଗୁରୁତର ହୋଇଯାଇଛନ୍ତି।ହାତୀକୁ ଘୋଡେଇବା ସମୟରେ ହଟାତ ହାତୀପଲ ବୁଲି ପଡିବା ଫଳରେ ଜୀବନ ବଞ୍ଚେଇବା ଉଦ୍ୟମ କରିଥିଲେ ଯୁବକ।ଗୋଟିଏ ଗଭୀର ଗାତ ଦେଖି ଡେଇଁ ପଡିଲେ ଯୁବକ।ଗୁରୁତର ଯୁବକ ଜଣକ ହେଲେ ମାଧ ଚନ୍ଦ୍ର ମହାନ୍ତ।ତାଙ୍କ ଘର ହେଉଛି ଖଣ୍ଡିଆଦର।ଆହତ ଯୁବକକୁ ଦେଖି ସ୍ଥାନୀୟ ଲୋକମାନେ ୧୦୮କୁ ଫୋନ କରି ପ୍ରଥମେ ଯୁବକକୁ ସୁକୃଳି ତାପରେ ଅବସ୍ଥା ଗୁରୁତର ହେବାରୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।ଆହତ ଯୁବକ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।