(ଶିଳାସ୍ମିତା ରାୟ) ଭୁବନେଶ୍ୱର: କଂଗ୍ରେସରୁ ନିଲମ୍ବିତ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ବହୁଜନ ସମାଜ ପାର୍ଟି(ବିଏସ୍ପି)ରେ ଯୋଗଦେଉଥିବା ଖବର ମିଳିଛି। ଖୁବ୍ଶୀଘ୍ର ବିଏସ୍ପିରେ ଯୋଗ ଦେବେ ବୋଲି ସଗରିଆ ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
କଂଗ୍ରେସ କେବଳ ଆଦିବାସୀ ଭୋଟ୍ରେ ଶାସନ କରି ଜାଣେ। କିନ୍ତୁ ଆଦିବାସୀଙ୍କ ଉନ୍ନତି ପାଇଁ କଂଗ୍ରେସ କିଛି କରେନାହିଁ କି କରିବ ନାହିଁ ଏହା ରାହୁଲଙ୍କ ଓଡିଶା ଗସ୍ତ କାଳୀନ ଭାଷଣରୁ ସ୍ପଷ୍ଟ ହୋଇଛି । ତାଭ୍କ ଭାଷଣରେ କୌଣସି ସ୍ଥାନରେ ପଛୁଆ ବର୍ଗ ପାଇଁ କିଛି ନଥିଲା । ସେ କେଉଁ ଦଳରେ ମିଶିବେ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି କି ଖୁବ ଶୀଘ୍ର ସେ ବିଏସ୍ପିରେ ମିଶିବାକୁ ଯାଉଛନ୍ତି ।
ଏଠାରେ ସୂଚନା ଯୋଗ୍ୟ, ସଗରିଆ ଦଳ ବିରୋଧୀ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ଏହା ପରେ ସଗରିଆ ବିଷୋଦ୍ଗାର କରିଥିଲେ କି, ଭାଇ ସୌମ୍ୟଙ୍କ ସହ ମିଶି ନିରଞ୍ଜନ କଂଗ୍ରେସକୁ ଶେଷ କରିବାକୁ ଯାଉଛନ୍ତି ।