ହାତୀ ଆକ୍ରମଣରେ ବୃଦ୍ଧା ମୃତ

0

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ମୟୂରଭଞ୍ଜ ବାଙ୍ଗିରୀପୋଷି ଗୋଷାଣୀପାଳରେ ବୁଧବାର ଜଣେ ବୃଦ୍ଧାଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଜଚ୍ଚାଯାଇଛି । ମୃତ ବୃଦ୍ଧା ହେଲେ ସ୍ନେହଲତା ସେଠୀ ।
ସୂଚନାନୁସାରେ , ଆଜି ସକାଳୁ ଉଠି ବୃଦ୍ଧା ସ୍ନେହଲତା ଶୌଚ ହେବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ହାତୀଟି ହଠାତ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟଥିଲା। ତେବେ କିଛି ଗ୍ରାମବାସୀ ବୃଦ୍ଧାଙ୍କୁ ସେଠାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମବାସୀ ସ୍ନେହଲତାଙ୍କ ପରିବାରଲୋକଙ୍କୁ ଖବର ଦେଇଥିଲେ। ସ୍ନେହଲତାଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।
ମୟୂରଜିଲ୍ଲାରେ ଦିନକୁ ଦିନ ହାତୀମାନଙ୍କ ଉପଦ୍ରବ ବୃଦ୍ଧି ପାଇବାକୁ ଲାଗିଛି। ଯାହାକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା।