(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଆଜି ପୁଣି ତାଙ୍କ ନିଜ ଘରକୁ ଫେରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ଓଡିଶା ଗସ୍ତ ଅବସରରେ ସେ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଶୁକ୍ରବାର ତମାଣ୍ଡୋ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ ପରିବର୍ତ୍ତନ ସଙ୍କଳ୍ପ ସମାବେଶରେ ସେ ହାତକୁ ଧରିଛନ୍ତି।
ସୂଚନା ଯୋଗ୍ୟ, ଛାତ୍ର ରାଜନୀତିରେ ସେ କଂଗ୍ରେସ ସହ ରହିଥିଲେ । ପରେ ବିଜେଡି ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ କାନୁନ୍ଗୋ। ୨୦୦୮ରେ ପଞ୍ଚାନନ ବିଜେଡି ଛାଡ଼ିଥିଲେ। ଏହାପରେ ଦୀର୍ଘ ୧୧ ବର୍ଷ ଧରି ସେ ରାଜନୀତିଠାରୁ ଦୂରେଇ ରହିଥିଲେ। ବର୍ତ୍ତମାନ ସେ ପୁରି କଂଗ୍ରେସର ବୁଡିଯାଉଥିବା ନାଆରେ ପାଦ ଥାପିଛନ୍ତି । ତେବେ ଦେଖିବାର ଅଛି ପଞ୍ଚାନନଙ୍କ କଂଗ୍ରେସକୁ ଆଗମନ କେତେ ଫାଇଦା ଦେଉଛି ।