(ରଜନୀକାନ୍ତ ପାତ୍ର)ହିଂଜିଳି କାଟୁ :ଗଞ୍ଜାମ ଜିଲ୍ଲା ହିଂଜିଳି କାଟୁ ସହରରେ ଥିବା ବାଇଛବଣୀଆ ଛକ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼ ଜମିଛି। ଆଜି ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ରୀତିନୀତି ରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ମହାପ୍ରଭୁ ଜଗନ୍ନାଥ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏଥିଲାଗି ହିଂଜିଳି ପରିସରରେ ସମସ୍ତ ଭକ୍ତଙ୍କ ଭିଡ଼ ଜମିଛି। ସେହିପରି ହିଂଜିଳି ସହର କୁ ଲାଗିଥିବା ସମସ୍ତ ଜଗନ୍ନାଥ ମନ୍ଦିରରେ ନବଯୌବନ ଦର୍ଶନ ଲାଗି ଭିଡ଼ ଜମିବାରେ ଲାଗିଛି।