( ମନୋଲିସା ମିଶ୍ର): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଗତକାଲି ସନ୍ଧ୍ୟା ସମୟରେ ଏକ ହିଂସ୍ର ଦନ୍ତା ହାତୀ ଉନ୍ମୁକ୍ତ କାଣ୍ଡ ଘଟାଇଛି।ରାସୋଳ ଥାନା ଅନ୍ତର୍ଗତ ବେଡ଼ାପଡା ଗ୍ରାମର ସନାତନ ସାମଲ ଙ୍କ ପତ୍ନୀ ତୀତୀଲି (ଭାସିନୀ)ଶୌଚ ହେବାକୁ ଯାଇଥିବା ବେଳେ ହଠାତ ହିଂସ୍ର ଦନ୍ତା ହାତୀ ହାବୁଡ଼ରେ ପଡି ଘଟଣାସ୍ଥଳରେ ଅତି ଶୋଚନୀୟ ଢଙ୍ଗରେ ପ୍ରାଣ ହରାଇଛନ୍ତି ।ହିଂସ୍ର ଦନ୍ତାହାତୀଟି ମହିଳାଙ୍କ ଶରୀରକୁ ସମ୍ପୂର୍ଣ୍ଣ ଖଣ୍ଡବିଖଣ୍ଡିତ କରି ଦେଇଥିବା ଦେଖାଦେଇଛି।
ଘଟଣାପରେ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହେବାସହ ବାରମ୍ବାର ହାତୀ ଉପଦ୍ରବ ସହ ଧନ ଜୀବନ ସୁରକ୍ଷା ଦାବିକୁ ନେଇ ଗ୍ରାମରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।
ଖବରପାଇ ରାସୋଳ ଥାନା ଅଧିକାରୀ,ରେଞ୍ଜର ପ୍ରମୁଖ ଘଟଣାସ୍ଥଳ ରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି କ୍ଷତିପୂରଣ ସହାୟତା ପ୍ରତିଶୃତି ଦେବାପରେ ପରିସ୍ଥିତି ସାମାନ୍ୟ ପରିବର୍ତ୍ତନ ହୋଇଥିଲା।