(ରଜନୀକାନ୍ତ ପାତ୍ର) ହିଞ୍ଜିଳିକାଟୁ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ଘଟିଛି । ଗତକାଲି ସନ୍ଧ୍ୟା ୬ଘଟିକା ସମୟରେ ହିଞ୍ଜିଳିକାଟୁର ଅସ୍ଥାୟୀ ବସଷ୍ଟାଣ୍ଡ ତଥା ମିନି ଷ୍ଟାଡ଼ିୟମରେ ତ୍ରିରଙ୍ଗା ଯୁବ ସଂଘ ଓ ଡ଼ିସକବର ହିଞ୍ଜିଳିକାଟୁ ପକ୍ଷରୁ ସୁଷମାଙ୍କ ଅକାଳ ବିୟୋଗ ପାଇଁ ୨ମିନିଟ ନିରବ ପ୍ରାର୍ଥନା କରିଥିଲେ। ଉପସ୍ଥିତ ଥିବା ସମସ୍ତ ସଦସ୍ୟମାନେ କ୍ୟାଣ୍ଡଲ ଓ ଦୀପ ଦାନ କରିଥିଲେ । ଶେଷରେ ଗଭୀର ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସୁଷମାଙ୍କୁ ସମ୍ମାନ ଜଣାଇଥିଲେ । ଏହି ମହାନ କାର୍ଯ୍ୟକ୍ରମରେ ସ୍ଥାନୀୟ ସହରର ଦେବାନନ୍ଦ ମହାପାତ୍ର, ମାଧବ ଗୌଡ଼, ରଞ୍ଜନ ସାହୁ , ପ୍ରଭାତ ମହାରଣା , ଶିବା ପାତ୍ର, ପ୍ରଭୁଦୂତ ପାତ୍ର, ନୀଳାଞ୍ଚଳ ମୁନୀ,ବିଶ୍ୱନାଥ ପୃଷ୍ଟି, ସରୋଜ ପାତ୍ର, ଶରତ ସାବତ, ହର ପ୍ରସାଦ ସ୍ୱାଇଁ, କିସାନ ପାତ୍ର, ସଞ୍ଜୟ ପଣ୍ଡା, ସନ୍ୟାସୀ ପୃଷ୍ଟି ଆଦି ଉପସ୍ଥିତ ରହି ଥିଲେ ।