ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ୨୩ ତମ ବାର୍ଷିକ ଉତ୍ସବ

0

(ରଜନୀକାନ୍ତ ପାତ୍ର)ହିଞ୍ଜିଳିକାଟୁ: ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକ ଓ ପୌରପରିଷଦର ସମସ୍ତ ବିଜେଡି ନେତା ଓ କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ହିଞ୍ଜିଳିକାଟୁ ଠାରେ ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି। ସ୍ଥାନୀୟ ଡାକ ବଙ୍ଗଳା ଠାରୁ ଦଳୀୟ କର୍ମୀ ମାନଙ୍କ ନେଇ ଏକ ପଦ ଯାତ୍ରା ବାହାରି ବିଜୁ ପଟ୍ଟନାୟକ ଛକ ଠାରେ ରେ ଏକ ପଥପାନ୍ତ ସଭାରେ ବିଜୁ ବାବୁଙ୍କ ବୀରତ୍ଵ ଗାଥା ଉପରେ ନେତା ମାନେ ଭାଷଣ ଦେଇଥିଲେ। ଶେଷ ରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପାଖରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଠାରେ ମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ୟ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ସଭାପତି ଶରତ ମହାପାତ୍ର, ହିଞ୍ଜିଳି ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ଯୁବ ବିଜେଡି ନେତା ଅଜୟ କୁମାର ମହାରଣା,ପୌର ପରିଷଦର ପୂର୍ବତନ ଉପନଗର ପାଳ ପବିତ୍ର ମୋହନ ପାଣିଗ୍ରାହୀ,ହିଞ୍ଜିଳି ନଗର ସଭାପତି ଭୀମସେନ ବେହେରା, ଛାତ୍ର ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, ଯୁବଛାତ୍ର ବିଜେଡି ସଭାପତି ସବିର୍ ପଣ୍ଡା,ଶେରଗଡ଼ ଯୁବବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ବ୍ଲକ ସଭାପତି ଶରତ ପାତ୍ର ସମେତ ବହୁ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ। ବିଜେଡି ପଦ ଯାତ୍ରା ବେଳେ ସ୍ଥାନୀୟ ବିଜୁପଟ୍ଟନାୟକ ଛକ ଠାରେ ବହୁ ସମୟ ଧରି ପ୍ରାଥପାନ୍ତ ସଭାସଭା ହେତୁ ଟ୍ରାଫିକ ଜାମ ରହିଥିବା ହେତୁ ଆମ୍ବୁଲାନ୍ସ ଅଟକିବା ସହ ଯାତାୟାତ ରେ ସମସ୍ୟା ସୃଷ୍ଟି ହୋଇଥିଲା।