ହିନ୍ଦୁ ନାବାଳିକା ଅପହରଣ: ଇମରାନଙ୍କୁ ବିରୋଧ ପ୍ରଦର୍ଶନ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସିନ୍ଧ ଅଞ୍ଚଳ ବାସୀ ପାକ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କୁ ତାଙ୍କ ପ୍ରତିଶ୍ରୁତି ମନେ ପକାଇବା ସହ ସରକାରକୁ ଘୋର ବିରୋଧ କରିଛନ୍ତି । ପାକରେ ହୋଲି ସମୟରେ ଦୁଇ ହିନ୍ଦୁ ନାବାଳିକାଙ୍କୁ ଅପହରଣ ପରେ ବଳପୂର୍ବକ ବିବାହ ଓ ଧର୍ମ ପରିବର୍ତ୍ତନକୁ ନେଇ ପାକର କିଛି ସାମାଜିକ ସଂଗଠନର ଶତାଧିକ କର୍ମୀ ସରକାର ବିରୋଧରେ ପ୍ରଦର୍ଶନ କରିଛନ୍ତି । ପାକରେ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବାରେ ଇମରାନ ବିଫଳ ହୋଇଥିବା ବିରୋଧକାରୀ ନାରା ଦେଇଛନ୍ତି ।
ସୂଚନାଯୋଗ୍ୟ, ହୋଲି ଦିନ ସିନ୍ଧ ଅଞ୍ଚଳର ଦୁଇ ହିନ୍ଦୁ ନାବାଳିକାଙ୍କୁ କିଛି ମୁସଲମାନ ଲୋକ ଅପହରଣ କରି ନେବା ସହ ସେମାନଙ୍କୁ ଜବରଦସ୍ତ ବିବାହ କରିଥିଲେ । ଏହାପରେ ସେମାନଙ୍କ ଧର୍ମ ପରିବର୍ତ୍ତନ କରାଇଥିଲେ । ଏହାକୁ ନେଇ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିବାକୁ ଯାଇଥିବା ବେଳେ ତାଙ୍କୁ ପୁଲିସ ଅସହଯୋଗ କରିବା ସହ ନାନା ହଇରାଣ କରିଥିଲା । ଏହାକୁ ବିରୋଧ କରି ସେଠାରେ ବହୁ ସାମାଜିକ ସଂଗଠନର ସଦସ୍ୟବୃନ୍ଦ ବିରୋଧ କରିଥିବା ଦେଖିବାକୁ ମିଳିଥିଲା ।