(କେନ୍ଦୁଝର) ; ଗ୍ରାହକ ହେଉଛନ୍ତି ଭଗବାନ ସଦୃଶ୍ୟ , ସେମାନଙ୍କୁ କେବେ ଦଃୁବ୍ୟବହାର କରିବା ଉଚିତ ନୁହେଁ । କିନ୍ତୁ ଜଣେ ହୋଟେଲ ମାଲିକର କାଣ୍ଡ ଶୁଣିିଲେ ଆପଣ ମୁଣ୍ଡରେ ହାତ ଦେବେ । ଗତ ୧୧ ତାରିଖରେ ମାତ୍ର ୫ ଦେଇନପାରିବାରୁ ରାସ୍ତାରେ ଗୋଡାଇ ଗୋଡାଇ ପିଟିଲେ ହୋଟେଲ ମାଲିକ । ଯାହା ଭାଇରାଲ ହୋଇଥିଲା । ଏହା ପରେ ସେହି ହୋଟେଲ ମାଲିକଙ୍କ ନାଁ ରେ ଆସିଛି ଆଉ ଏକ ସଙ୍ଗିନ ଅଭିଯୋଗ । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଘଷିପୁରା ଲକ୍ଷ୍ମୀ ବଜାରରେ ଥିବା ମା’ ହୋଟେଲ ମାଲିକ ମଧୁସୁଧନ ସାହୁ ହୋଟେଲରେ କାମ କରୁଥିବା ୨ ଜଣ ହୋଟେଲ ବୟଙ୍କୁ ଗାଳିଗୁଲଜ ଦେବା ସହ ଦରମା ଦେଉନଥିବା ଅଭିଯୋଗ ହୋଇଛି । ଫଳରେ ମାଲିକଙ୍କ ଗାଳିଗୁଲଜରେ ଅତିଷ୍ଠ ହୋଇ ମୟୂରଭଞ୍ଜ ଅଞ୍ଚଳର ଏହି ଦୁଇ ଜଣ ଶୁକ୍ରବାର ଲୁଚିକରି ହୋଟେଲ ଛାଡି ପଳାଉଥିଲେ । ଆନନ୍ଦପୁର ବସଷ୍ଟାଣ୍ଡରେ ବସରେ ବସି ଘରକୁ ଯାଉଥିବା ଏହି ଦୁଇ ଜଣଙ୍କ ଖବରପାଇ ହୋଟେଲ ମାଲିକ ମଧୁସୁଦନ ଓ ରୋଷେୟା ଯାଇ ଟଣା ଓଟରା କରି ଜୋର ଜବରଦସ୍ତ ହୋଟେଲକୁ ଆଣିବାକୁ ଚେଷ୍ଟା କରିବା ସହ ରୋଷେୟା ପିଲାଙ୍କୁ ମାଡ ମାରିଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ହସ୍ତକ୍ଷେପ କରି ଘଟଣା ବୁଝିବା ସମୟରେ ସୁଯୋଗ ଦେଖି ହୋଟେଲ ମାଲିକ ଖସି ପଳାଇଥିଲେ । ସ୍ଥାନୀୟ ଲୋକେ ରୋଷେୟା ଓ ୨ ଜଣଙ୍କୁ ପୋଲିସର ଜିମା ଦେଇଛନ୍ତି । ଆନନ୍ଦପୁର ପୋଲିସ ଏହି ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଛି ।