ରଜନୀକାନ୍ତ ପାତ୍ର/ହିଞ୍ଜିଳି : ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡ଼ା ଗ୍ରାମରେ ହେଉଥିବା ଶ୍ରୀ ଚୈତନ୍ୟ ଠାକୁର ହ୍ୟାଣ୍ଡବଲ ଟୁର୍ଣ୍ଣାମେଣ୍ଟ ଜାନୁଆରୀ ୧୬ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ବୁଗୁଡା ଟିମ୍ ଓ ସାମନ୍ତରା ପଲ୍ଲୀ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବୁଗୁଡା ଟିମ୍ ବିଜୟୀ ହୋଇ ଚମ୍ପିୟାନ ହୋଇଛି। ହ୍ୟାଣ୍ଡବଲ ଟୁର୍ଣ୍ଣାମେଣ୍ଟର ଉଦଯାପନି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ ବୁଗୁଡା ଟିମ୍ କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିବା ବେଳେ ସାମନ୍ତରା ପଲ୍ଲୀ ଟିମ୍ କୁ ରନର୍ସ ଅପ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ପ୍ରତିନିଧି ବସନ୍ତ କୁମାର ଜେନା, ପୂର୍ବତନ ସମିତି ସଭ୍ୟ ବିଦ୍ୟାଧର ଭୂୟାଁ ଓ ହରେରାମ ଖଟେଇ ଯୋଗ ଦେଇଥିଲେ।