(ଅଜିତ ସାହୁ)ଜଳେଶ୍ୱର: ରୋଗୀଙ୍କ ସମର୍କୀୟଙ୍କ ଉପରେ ଡାକ୍ତରଙ୍କ ଦବଙ୍ଗ ଗିରି। ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରଣ କ୍ଷେତ୍ର। ପ୍ରତିବାଦରେ ଉକ୍ତ ଡାକ୍ତରଙ୍କ ବଦଳି ଦାବି କରି ,ଶତାଧିକ ଲୋକେ ମୁଖ୍ୟ ଫାଟକ ରେ ତାଲା ପକାଇ ବା ସହିତ ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ।ସୂଚନା ଅନୁଯାୟୀ ଗତ କାଲି ସନ୍ଧ୍ୟାରେ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ଭୋଗରାଇ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭୋଗରାଇ ଗାଁର ମନୋଜ ଭଂଜ ନିଜ ଛୋଟ ଝିଅକୁ ଭୋଗରାଇ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ।ଏହି ସମୟରେ କୌଣସି କାରଣ ବସତଃ ଡ଼ାକ୍ତର ଚିନ୍ମୟ ପରିଡ଼ା ରୋଗୀଙ୍କ ବାପା ଶ୍ରୀଯୁକ୍ତ ଭଞ୍ଜ କୁ ମାଡ଼ ମାରିଥିଲେ । ଏହାର ପ୍ରତିବାଦରେ ଡାକ୍ତର ଖାନାରେ ଉପସ୍ଥିତ ଥିବା ରୋଗୀ ଓ ସମ୍ପର୍କୀୟ ମାନେ ଉତ୍ତେଜିତ ହୋଇ ଡାକ୍ତର ଖାନା ଫାଟକରେ ତାଲା ପକାଇବା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ଭୋଗରାଇ ପୋଲିସ ନରେନ୍ଦ୍ର ଦାଶ୍ ଓ ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ ଓ ଭୋଗରାଇ ସରପଞ୍ଚ ପ୍ରବୀର ଗିରି ପ୍ରମୁଖ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ପରିସ୍ଥିତି ଅଣା ୟତ ରହିଥିଲା। ଉତ୍ୟକ୍ତ ଲୋକ ମାନେ ପୋଲିସ ସହିତ ଅତିରିକ୍ତ ତହସିଦାରଙ୍କୁ ବେଶ କିଛି ସମୟ ଅଟକ ରଖିଥିଲେ। ତେବେ ଅତିରିକ୍ତ ତହସିଲଦାରଙ୍କ ପ୍ରସ୍ତାଵ ଅନୁଯାଇ ଥାନାରେ ବସି ସମସ୍ୟାର ସମାଧାନ ହେବାର ନିଷ୍ପତି ହେବା ପରେ ଲୋକେ ଆନ୍ଦୋଳନ ରୁ ଓହରି ଥିଲେ । ତେବେ ସାଧାରଣରେ ଡାକ୍ତରଙ୍କ ଏଭଳି ବ୍ୟବହାର କୁ ନିନ୍ଦା କରାଯାଇଛି।