(ନୂଆଦିଲ୍ଲୀ) ; ୟୁନିଫର୍ମ ପିନ୍ଧି କାମ କରିବେ ସଫେଇ କର୍ମଚାରୀ । ଏବେ ସଫେଇ କର୍ମଚାରୀ ମାନେ ଗାଢ ହଳଦିଆ ଟ୍ରାକ ସୁଟ୍ ପିନ୍ଧି କାମ କରୁଥିବାର ନଜର ଆସିବେ । ଯାହା ତାଙ୍କୁ ଚିହ୍ନିବାରେ ସହଜ ହେବ । ନିଗମ ଅଧିକାରୀମାନଙ୍କ କହିବା କଥା ଅନୁଯାୟୀ ଶୀତ ଦିନ ପୂର୍ବରୁ କର୍ମଚାରୀମାନଙ୍କୁ ଏହି ନୂଆ ୟୁନିଫର୍ମ ଯୋଗାଇ ଦିଆଯିବ। ସେମାନଙ୍କ କିଣିବା ପାଇଁ ଶୀଘ୍ର ଏହି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ । ସୂଚନା ଅନୁଯାୟୀ, ୨୦୧୭ ମସିହାରୁ ଡେମସ ବିଭାଗର ସଫେଇ କର୍ମଚାରୀ (ପୁରୁଷ ଏବଂ ମହିଳା) କୁ କୌଣସି ପ୍ରକାରର ୟୁନିଫର୍ମ ଯୋଗାଇ ଦିଆଯାଉ ନାହିଁ। ସେମାନଙ୍କର ସଂଖ୍ୟା ପ୍ରାୟ ୨୨ ହଜାର ହେବ । ଦୀର୍ଘ ଦିନ ଧରି ୟୁନିଫର୍ମ ଯୋଗାଇବାକୁ ସେମାନେ ଦାବି କରିଆସୁଥିଲେ। ଏହି ପ୍ରସ୍ତାବକୁ ନେଇ କୁହାଯାଇଛି କି ପୁରୁଷ କର୍ମଚାରୀମାନେ ହଳଦିଆ ରଙ୍ଗର ଟ୍ରାକ୍ ସୁଟ୍ ଏବଂ ମହିଳା ସଫେଇ କର୍ମଚାରୀମାନେ ସାଲୱାର କମିଜ ସହ ଓଢଣୀ ଦିଆଯିବ । ତେବେ ନିଗମ କମିଟିର ସଭାପତି କର୍ଣ୍ଣେଲ ବିଆର ଓବରୋଇ କହିଛନ୍ତି କି ନୂଆ ୟୁନିଫର୍ମ ଭାବରେ ଶୀତ ଆସିବା ପୂର୍ବରୁ ସଫେଇ କର୍ମଚାରୀଙ୍କୁ ଏହି ଟ୍ରାକସୁଟ୍ ଯୋଗାଇ ଦିଆଯିବ। ତେବେ ଏନେଇ ଚାରୋଟି ଜୋନର କର୍ମଚାରୀଙ୍କ ସଂଖ୍ୟା ସହ ଏକ ତାଲିକା ପ୍ରସ୍ତୁତ କରାଯାଉଛି ।