ୟୁନିଫିକେସନ ଚର୍ଚ୍ଚକୁ ୧ ମିଲିୟନ ଡଲାର ଦାନ କଲେ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କ ମାଆ

0

ଦିଲ୍ଲୀ: ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କ ମାଆ ବିବାଦୀୟ ୟୁନିଫିକେସନ୍ ଚର୍ଚ୍ଚକୁ ଦାନ କଲେ ୧ ମିଲିୟନ ଡଲାର । ଜାପାନର ୟୁନିଫିକେସନ୍ ଚର୍ଚ୍ଚର ହତ୍ୟାକାରୀଙ୍କ ମାଆ ଜଣେ ସଦସ୍ୟ ବୋଲି ସୁନିଶ୍ଚିତ କରିଛି । ଜାପାନରେ ଏକାଧିକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଆବେଙ୍କ ହତ୍ୟାକାରୀ ତାଙ୍କ କାର୍ଯ୍ୟକଳାପକୁ ତାଙ୍କ ମା’ଙ୍କ ୟୁନିଫିକେସନ୍ ଚର୍ଚ୍ଚର ସଦସ୍ୟତା ସହିତ ଯୋଡିଛନ୍ତି । ଯାହା ଭିତରେ ଜଣାପଡିଛି ଯେ, ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କ ମାଆ ବିବାଦୀୟ ୟୁନିଫିକେସନ୍ ଚର୍ଚ୍ଚକୁ ଦାନ କରିଦେଲେ ୧ ମିଲିୟନ ଡଲାର ।
ହତ୍ୟାକାରୀ ବିଶ୍ୱାସ କରୁଥିଲେ ଯେ ୟୁନିଫିକେସନ୍ ଚର୍ଚ୍ଚକୁ ଦାନ ହେତୁ ତାଙ୍କ ମାଆ ଦେବାଳିଆ ହୋଇଯାଇଛନ୍ତି । ହତ୍ୟାକାରୀଙ୍କ ମାଆ ଘର, ଜମି ବିକି ଚର୍ଚ୍ଚକୁ ପ୍ରାୟ ୧ ମିଲିୟନ୍ ଡଲାର୍ ଦାନ କରିଛନ୍ତି । ଯେଉଁଥିପାଇଁ ତାଙ୍କ ପରିବାରରେ ଦେବାଳିଆ ପରିସ୍ଥିତି ସୃଷ୍ଟି ହୋଇଛି ।
ହତ୍ୟାକାରୀଙ୍କ ମା ୧୯୯୮ରେ ଚର୍ଚ୍ଚର ସଦସ୍ୟ ହୋଇଥିଲେ । ୨୦୦୯ ରୁ ୨୦୧୭ ପର୍ଯ୍ୟନ୍ତ ଯୋଗଦେବା ବନ୍ଦ କରିଦେଇଥିଲେ । କିଛି ବର୍ଷ ପୂର୍ବେ ପୁନର୍ବାର ଯୋଗଦେବା ଆରମ୍ଭ କରିଥିଲେ । ଚର୍ଚ୍ଚ ସଭାପତି ଟୋମିହିରୋ ତାନାକାଙ୍କ ଅନୁଯାୟୀ, ସେ ୬ ମାସ ପୂର୍ବରୁ ନିୟମିତ ଭାବରେ ଚର୍ଚ୍ଚ ସଭାଗୁଡ଼ିକରେ ଯୋଗଦେବା ଆରମ୍ଭ କରିଥିଲେ ।