(ମୃତ୍ୟୁଞ୍ଜୟ ଭୋଇ)ରିପୋର୍ଟସଟୁଡେ: ଛଅ ମାସର କଣ୍ଟ ପୁରିଲା । ମାର୍ଚ୍ଚ ୧ ତାରିଖରୁ ଜୋରଦାର୍ ହେବ ଚଢାଉ। ନୂଆ ମୋଟର ଯାନ ଆଇନ ଅନୁଯାୟୀ ଜୋରିମାନା ଆଦାୟକୁ କଡାକଡି କରାଯିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ତେବେ ଯେହେତୁ ଲୋକଙ୍କୁ କାଗଜପତ୍ର କରିବା ଲାଗି ଯଥେଷ୍ଟ ସମୟ ଦିଆଯାଇଛି । ରାଜ୍ୟରେ ସଡକ ଦୁର୍ଘଟଣା ପଚାଶ ପ୍ରତିଶତକୁ କମାଇବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ସଡକ ପରିବହନ ମନ୍ତ୍ରୀ ।ପ୍ରାୟ ଲୋକ କାଗଜପତ୍ର ଠିକ୍ କରି ସାରିଲେଣି । ଆଉ ଆରଟିଓ ଅଫିସରେ ସେଭଳି ଭିଡ ହେଉ ନାହିଁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।