(ଜୟନ୍ତ କୁମାର ସେଠୀ/ଗୋପ):ପୁରୀ ରେଳ ଷ୍ଟେସନ ସମ୍ମୁଖରୁ ୧୦ କେଜି ଗଂଜେଇ ଜବତ କଲା ଆରପିଏଫ ଓ ଅବକାରୀ ବିଭାଗ କର୍ମଚାରୀ । ଏହି ଘଟଣାରେ ଜଣେ ମହିଳାଙ୍କ ସହ ନିଶା ବେପାରୀ ଗିରଫ ।
ସୂଚନାଯୋଗ୍ୟ ଯେ ନିସା କାରବାର ବାରମ୍ବାର ହେଉଥିବା ନେଇ ଅଭିଯୋଗ ହେଉଥିଲା। ଏଥିପାଇଁ ଆରପିଏଫ କର୍ମଚାରୀଙ୍କ ତରଫରୁ ତନାଘନା ଯାଞ୍ଚ୍ କରିବାରୁ ଧରାପଡିଲେ ଗଞ୍ଜେଇ ବେପାରୀ ଓ ବେପାର କରୁଥିବା ଜଣେ ମହିଳା ତାଙ୍କଠାରୁ ୧୦ କେଜି ଗଞ୍ଜେଇ ଜବତ କରିଥିଲା ଅବକାରୀ ବିଭାଗ । ମହିଳା ଓ ଗଞ୍ଜେଇ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।