(ପ୍ରିୟଦର୍ଶନୀ ସ୍ୱାଇଁ): ରାଜଧାନୀରେ ଘର ମୁହାଁ ସାପ । ଆଜି ସକାଳେ ଇନଫୋସିଟି ଥାନା ଅଧୀନ ପଥରଗାଡ଼ିଆ ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ଅଜଗର । ଅଜଗରଟିର ଲମ୍ବ୧୦ ଫୁଟ ହେବ ବୋଲି ଅନୁମାନ କରାଯାଉଛି । ତେବେ ସ୍ନେକ ହେଲପ ଲାଇନ ଆସି ସାପଟିକୁ ଉଦ୍ଧାର କରି ଚନ୍ଦକା ଅଭାୟାରଣ୍ୟ ରେ ଛାଡ଼ି ଦେଇଛନ୍ତି ।
ସୁଚନାନୁଯାୟୀ, ଇନଫୋସିଟି ଥାନା ଅଧୀନ ପଥରଗାଡ଼ିଆ ଅଞ୍ଚଳରେ ଏକ ୧୦ଫୁଟିଆ ଅଜଗର ଉଦ୍ଧାର ହୋଇଛି । କୁକୁଡ଼ା ଖାଇବା ଆଶାରେ ଜଣେ ବ୍ୟକ୍ତିଙ୍କ କୁକୁଡ଼ା ଭାଡ଼ିରେ ପଶିଯାଇଥିଲା । ମାଲିକ ଦେଖିବା ପରେ ଚନ୍ଦକା ରେଞ୍ଜକୁ ଖବର ଦେଇଥିଲେ । ସ୍ଥାନିଅ ଅଞ୍ଚଳର ଜଣେ ବ୍ୟକ୍ତି ଆସି ସାପକୁ ବାହାର କରି ଜଙ୍ଗଲରେ ଛାଡ଼ିଥିଲେ ।