୧୦ ହଜାର ଫୁଟ୍ ଉପରେ ଉଡ଼ିଲା ଜି-୨୦ ସମ୍ମିଳନୀ ପତାକା

0

ନୂଆ ଦିଲ୍ଲୀ: ୧୦ ହଜାର ଫୁଟ୍ ଉପରେ ଉଡ଼ିଲା ଜି-୨୦ ସମ୍ମିଳନୀ ପତାକା । ଗତକାଲି ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଉଡ଼ାଇଲେ ପତାକା । ଆଜିଠୁ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ରହିଥିବାବେଳେ ଏହାକୁ ନେଇ ଜି-୨୦ର ପତାକା ପ୍ରଦର୍ଶନ କରାଯାଇଛି । ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଗଜାନନ୍ଦ ଯାଦବ ଗୁରୁବାର ଦିନ ଭୂମିଠାରୁ ୧୦ ହଜାର ଫୁଟ୍ ଉଚ୍ଚରେ ଏ୨୦ ପତାକା ପ୍ରଦର୍ଶନ କରିଛନ୍ତି। ମାଡଦ୍ୱୀପ ବାୟୁସେନା ଷ୍ଟେସନରେ ପୋଷ୍ଟ ହୋଇଥିବା ଯାଦବ ରାଜସ୍ଥାନର ଯୋଧପୁରର ଫାଲୋଡି ସ୍ଥିତ ଫାଲୋଡି ବାୟୁସେନା ଷ୍ଟେସନରେ ୧୦ ହଜାର ଫୁଟ୍ରୁ ଜି-୨୦ ପତାକା ଉତ୍ତୋଳନ କରିଛନ୍ତି। ଏହି ପତାକା ଜି-୨୦ ସମ୍ମିଳନୀର ବିଷୟବସ୍ତୁ ପ୍ରଦର୍ଶିତ କରିଥିଲା । ଯାହା ଥିଲା “ବସୁଧୈବ କୁଟୁମ୍ବକମ୍’ ଅର୍ଥାତ୍ – ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ” ଜ୍ଝ
ତେବେ ଆଜିଠୁ ଦିଲ୍ଲୀରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀରେ ସମୁଦାୟ ୧୨୫ ଦେଶ ଅଂଶଗ୍ରହଣ କରିବେ।ଆମେରିକା, ବ୍ରିଟେନ୍, କାନାଡା, ଫ୍ରାନ୍ସ, ଜର୍ମାନୀ, ତୁର୍କୀ, ଇଟାଲୀ ଭଳି ସହସ୍ୟ ରାଷ୍ଟ୍ର ମୁଖ୍ୟ । ସେମାନଙ୍କ ବ୍ୟତୀତ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ଅତିଥି ଭାବରେ ବହୁ ଦେଶର ନେତା ଯୋଗ ଦେଉଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନା, ଜାପାନ, ଚୀନ ପ୍ରଧାନମନ୍ତ୍ରୀଙ୍କ ସମେତ ତୁର୍କୀ ରାଷ୍ଟ୍ରପତିଙ୍କ ଭଳି ବହୁ ନେତା ଭାରତରେ ପହଞ୍ଚିଛନ୍ତି ।