(ମମତା ସାମଲ)ରିପୋର୍ଟସଟୁଡେ; ଆଜି ୩ଦଫା ଦାବୀରେ ନାଗରିକ ମଞ୍ଚ ପକ୍ଷରୁ ୧୨ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ଡାକରା ଦିଆଯାଇଛି । ଦୀର୍ଘଦିନ ହେବ ବଙ୍ଗୋମୁଣ୍ଡା ଗ୍ରାମ ପଞ୍ଚାୟତକୁ ଏନଏସି ମାନ୍ୟତା ଦାବୀ ସମେତ ବଙ୍ଗୋମୁଣ୍ଡା ପ୍ରାଥମିକ ଚିକିତ୍ସାଳୟକୁ ଏରିଆ ହସ୍ପିଟାଲର ମାନ୍ୟତା ଓ ମକୁନ୍ଦ ସାଗରର ପୁନଃଉଦ୍ଧାର ପାଇଁ ଦାବୀ କରିଯାଉଛି । ଏନେଇ ଗତ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯାଇଥିଲେ ମଧ୍ୟ ଏଯାଏଁ କୈାଣସି ସୁଫଳ ମିଳିନାହିଁ । ଆଜି ସକାଳ ସମୟରେ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ରାସ୍ତା ଅବରୋଧ କରିଛନ୍ତି । ଯାହା ଫଳରେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି । ଏହା ସହ ବନ୍ଦ ପ୍ରଭାବରେ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଓ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି ।