(ଓମ୍ ପ୍ରକାଶ ମିଶ୍ର / ସୋନପୁର): ଆଜି ଉଲୁଣ୍ଡା ବନ୍ଦ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ଏକ ଉପ ନିବନ୍ଧକଙ୍କ କାର୍ୟ୍ୟାଳୟ ଖୋଲିବା ଦାବୀରେ ଉଲୁଣ୍ଡା ବନ୍ଦ ରହିଛି । ଗତ ଏକ ସପ୍ତାହ ହେଲା ଦାବୀରେ ଉଲୁଣ୍ଡା ସଚେତନ ନାଗରିକ ମଂଚ ପକ୍ଷରୁ ତହସିଲ ସମ୍ମୁଖରେ ଗଣଧାରଣା ଦିଆଯାଉଥିବାବେଳେ ଆଜି ୧୨ ଘଂଟିଆ ବନ୍ଦ ଡାକରା ଦେଇଛି ମଂଚ । ଏହାକୁ ସମର୍ଥନ ଜଣାଇ ଆଜି ଉଲୁଣ୍ଡା ସଦର ମହକୁମାର ସମସ୍ତ ଦୋକାନ ବଜାର,ସରକାରୀ ବେସରକାରୀ ପ୍ରତିଷ୍ଠାନ ଏବଂ ବ୍ୟାଙ୍କ ବନ୍ଦ ରହିଛି । ସେହିଭଳି ସୋନପୁର ସମ୍ବଲପୁର ମୁଖ୍ୟ ରାସ୍ତା ଉଲୁଣ୍ଡା ଦେଇ ଗାଡି ଚଳାଚଳ ମଧ୍ୟ ସମ୍ପୁର୍ଣ୍ଣ ବନ୍ଦ କରାଯାଇଛି । ପୁର୍ବରୁ ମଧ୍ୟ ମଂଚ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ସେତେବେଳେ ପ୍ରଶାସନର ପ୍ରତିଶୃତି ପରେ ଆନ୍ଦୋଳନ ହଟିଥିଲା । ହେଲେ ଦିର୍ଘ ବର୍ଷ ପେବି ଦାବୀ ପୁରଣ ନହେବାରୁ ଏବେ ପୁନର୍ବାର ଆନ୍ଦୋଳନ କରାଯାଉଛି । ଆଗକୁ ଦାବୀ ପୁରଣ ନହେଲେ ଆନ୍ଦୋଳନ ଯୋରଦାର କରିବାକୁ ଚେତବାନୀ ଦେଇଛନ୍ତି ସଚେତନ ନାଗରିକ ମଂଚର କର୍ମକର୍ତା ।