୧୩ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

0

(ଓମ ପ୍ରକାଶ ମିଶ୍ର)ସୁବର୍ଣ୍ଣପୁର : ଗଣପତି ଆଦର୍ଶ ଶିକ୍ଷା ନିକେତନ ର ୧୩ତମ ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦରମହକୁମା ଠାରେ ଥିବା ଗଣପତି ଆଦର୍ଶ ଶିକ୍ଷା ନିକେତନରେ ୨ ଦିନ ଧରି ଚାଲିଥିବା ୧୩ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ମହାସମାରୋହ ଶନିବାର ଅପରାହ୍ନରେ ଉଦ୍ୟାପିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ପ୍ରଧାନ ଶିକ୍ଷକ ଶାନ୍ତାନୁ କୁମାର ମହାକୁରଙ୍କ ଅଧ୍ୟକ୍ଷତାରେ ବୀରମହାରାଜପୁର ଆଇ ଓ ବି . ବି ଏମ୍ ପ୍ରତାପ କୁମାର ପଧାନ ମୁଖ୍ୟ ଅତିଥି ଓ ବୀରମହାରାଜାପୁର ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ନରୋତ୍ତମ ଚାନ୍ଦ ଓ ଗଣପତି ଆଦର୍ଶ ଶିକ୍ଷା ନିକେତନ ସଂପାଦକ ବିବସ୍ପତି ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ଓ କ୍ରୀଡ଼ା ପତକା ଉତ୍ତୋଳନ କରି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟନ କରିଥିଲେ । ଦ୍ୱିତୀୟ ଦିବସରେ ଗଣପତି ଆଦର୍ଶ ଶିକ୍ଷା ନିକେତନ ପ୍ରଧାନ ଶିକ୍ଷକ ଶାନ୍ତାନୁ କୁମାର ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲା ର ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବୀରମହାରାଜପୁର ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତାନୁ ମହାକୁର , ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ନିରକ୍ଷିକ ଦୁର୍ୟ୍ୟୋଧନ ରାଉତ, ସମାଜ ସେବୀ ନାରାୟଣ ଲୁହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଆମନ୍ତ୍ରିତ ଅତିଥିଗଣ ଛାତ୍ର ଛାତ୍ରୀ ମାନଙ୍କୁ କ୍ରୀଡା ପ୍ରତିଯୋଗିତାପ୍ରତିଯୋଗିତାର ଆବଶ୍ୟକତା ଏବଂ ଉପକାରିତା ସମ୍ପର୍କରେ ଉଦବୋଧନ ଦେବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଶିକ୍ଷା ଅନୁଷ୍ଠାନର ସଂପାଦକ ବିବସ୍ପତି ପଣ୍ଡା ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଖେଳ ପତାକାକୁ ଅବତରଣ କରି କ୍ରିଡା ଶିକ୍ଷକଙ୍କୁ ପ୍ରଦାନ କରି କ୍ରିଡା ପ୍ରତିଯୋଗିତର ସମାପ୍ତି ଘୋଷଣା କରିଥିଲେ । ଏହି ଶିକ୍ଷା ଅନୁଷ୍ଠାନ ରେ ୬ ଷଷ୍ଠ ରୁ ୧୦ ମ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବରିଷ୍ଠ, କନିଷ୍ଠ ଓ ଉପକନିଷ୍ଟ ଆଦି ଛଅଟି ଗୃପ ରେ ଭାଗ କରାଯାଇଥିଲା । କନିଷ୍ଠ ବାଲକ ବିଭାଗରେ ଅବିନାଶ ସାହୁ, କନିଷ୍ଠ ବାଳିକା ବିଭାଗ ରେ ପ୍ରିୟଙ୍କା ସାହୁ, ବରିଷ୍ଠ ବାଳକ ବିଭାଗ ରେ ହୃଦାନନ୍ଦ ବାଘ, ବରିଷ୍ଠ ବାଳିକା ବିଭାଗରେ ରଶ୍ମି ରେଖ ବେହେରା ପ୍ରମୁଖ ଚାମ୍ପିୟନ ଘୋଷିତ ହୋଇଥିଲେ । ଶେଷରେ ସଂପାଦକ ବିବସ୍ପତି ପଣ୍ଡା ଧନ୍ୟବାଦ ଦେଇଥିବା ବେଳେ ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀ ଖେଳ ପରିଚାଳନାରେ ଓ ସହଯୋଗ କରିଥିଲେ ।