(ଶେଖ୍ ଅରଶଦ୍ ଉଲ୍ ହକ୍ )ଖୋର୍ଦ୍ଧା: ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟର ୧୫ ତମ ମଞ୍ଜରୀ ଦେବୀ ଛାତ୍ରୀ ନିବାସ ଓ ୪ର୍ଥ ନିଉ ଲେଡିଜ ହଷ୍ଟେଲର ମିଳିତ ବାର୍ଷିକ ଉତ୍ସବ ହଷ୍ଟେଲ ପ୍ରାଙ୍ଗଣରେ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ମହାସମାରୋହରେ ମୁଖ୍ୟ ଅତିଥି ଭାବରେ ଟୁକୁନି ସାହୁ , ମହିଳା, ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ, ଓଡିଶା, ମୁଖ୍ୟ ବକ୍ତା ଭାବରେ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ, ବିଧାୟକ, ଚିଲିକା ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ, ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷା, ରାଜ୍ୟ ମହିଳା କମିଶନ, କଲେଜ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଜ୍ୟୋତିରିନ୍ଦ୍ର ନାଥ ମିତ୍ର , ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି , ଡକ୍ଟର ଶରତ କୁମାର ଦୋର।, ପ୍ରାଧ୍ୟାପକ, ରାଜନୀତି ବିଜ୍ଞାନ, ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧା, ଶ୍ରୀମତୀ ମୌସୁମୀ ମାଝୀ ଏବଂ ଶ୍ରୀମତୀ ଅନିତା ମହାପାତ୍ର , ସହ ତତ୍ତ୍ଵବଧାରିକା, ମଞ୍ଜରୀ ଦେବୀ ଛାତ୍ରୀ ନିବାସ, ଶ୍ରୀମତୀ ଅଲିଭା ବେଉରା, ତତ୍ତ୍ଵବଧାରିକା, ନିଉ ଲେଡିଜ ହଷ୍ଟେଲ ଯୋଗ ଦେଇ ଛାତ୍ରୀ ଓ ସେଠାରେ ଉପସ୍ଥିତ ଥିବା ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ସଭାରେ ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମତୀ ସ୍ଵୟଂପ୍ରଭା ପଟ୍ଟନାୟକ, ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମତୀ ଗୀତା ପଟ୍ଟନାୟକ, ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମତୀ ମମତା ଦେ ମଧ୍ୟ ଉପସ୍ଥିତ ଥିଲେ। ସଭାର ପ୍ରାରମ୍ଭରେ ହଷ୍ଟେଲର ତତ୍ତ୍ଵବଧାରିକା ଶ୍ରୀମତୀ ସୁଜାତା ମହାରଣା ସ୍ଵାଗତ ଅଭିଭାଷଣ ଓ ପରିଚୟ ପ୍ରଦାନ କରିଥିଲେ। ହଷ୍ଟେଲର ଜେନେରାଲ ପ୍ରିଫେକ୍ଟ ସୋନାଲୀ ପ୍ରଧାନ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଏହି ସଭାରେ ଛାତ୍ରୀ ମାନଙ୍କୁ ସେମାନଙ୍କର ବିଭିନ୍ନ କ୍ଷେତ୍ରରେ ସାଫଲ୍ୟ ପାଈଁ ମୁଖ୍ୟ ଅତିଥି ଙ୍କ ଠାରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରଯାଇଥିଲା । ସଭା ଶେଷରେ ତତ୍ତ୍ଵବଧାରିକା ଶ୍ରୀମତୀ ଅଲିଭା ବେଉରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ କୋହୁଲା ପାଗ ଯୋଗୁ କିଛି ମାତ୍ରାରେ ଅସୁବିଧାର ସମୁଖୀନ ହେବାକୁ ପଡିଥିଲା । ସଭାର କାର୍ୟ୍ୟକ୍ରମ ଶେଷ ହେଲା ପରେ ଛାତ୍ରୀ ମାନେ ବର୍ଷା ହେବା ସତ୍ତ୍ଵେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ।