୧୭ ମିଟର ବିଶିଷ୍ଟ କାଚର ହିଲ୍

0

 (ଋିପୋଟରର୍ସ ଟୁଡ଼େ): ମହିଳାମାନେ ହିଲ୍ ବିଷୟରେ ଅଳ୍ପ ବହୁତ ଜାଣିଥାନ୍ତି । କିନ୍ତୁ ଆଜିଆମେ ଏମିତି ଏକ ହିଲ୍ ସମ୍ପକିତ କଥା କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତାଇଓ୍ବାନ୍ର ବୁଦାଇ ସହରରେ ରହିଛି ଏହି କାଚର ଜୋତା। ଏହା କୌଣସି ପିନ୍ଧିବା ଜୋତା ନୁହେଁ। ହାଇ ହିଲ୍ ଭଳି ଦେଖାଯାଉଥିବା ଏହି ଜୋତା ହେଉଛି ଏକ ଓ୍ବେଡିଂ ଚର୍ଚ୍ଚ। ଏହାର ଉଚ୍ଚତା ୧୭.୭୬ ମିଟର ଥିବାବେଳେ ଏହାର ପ୍ରସ୍ଥ ରହିଛି ୧୧.୯୧ ମିଟର ଓ ଲମ୍ବ ୨୫.୧୬ ମିଟର। ଏଥିରେ ପାଖାପାଖି ୩ଶହ ଖଣ୍ଡ ବ୍ଲୁ ଟେନ୍ଟେଡ୍ ଗ୍ଲାସ୍ ଲାଗିଛି। ଏହା ବିଶେଷ ଭାବେ ମହିଳାମାନଙ୍କୁ ଆକର୍ଷିତ କରିଥାଏ। ୨୦୧୬ ଜାନୁୟାରୀରେ ଏହାର ନିର୍ମାଣ କାର୍ୟ୍ୟ ଶେଷ ହୋଇଛି। ୨୦୧୬ ଜୁଲାଇରେ ଏହା ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଥିଲା। ସେହି ବର୍ଷ ହିଁ ଏହା ଗିନିଜ୍ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲା। ବହୁ ସଂଖ୍ୟାରେ ପର୍ୟ୍ୟଟକଙ୍କ ସମାଗମ ଦେଖିବାକୁ ମିଳିଥାଏ