(ମମତା ସାମଲ)ରିପୋର୍ଟସଟୁଡେ: ଜାତୀୟ ତଦନ୍ତକାରୀ ସଂସ୍ଥା ଓ ପୋଲିସର ସହାୟତାରେ ୧କୋଟି ୨୦ଲକ୍ଷ ଟଙ୍କାର ନକଲି ଟଙ୍କା ଜବତ ହୋଇଛି । ଏହି ମାମଲାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ନକଲି ନୋଟ ଛପାଇବା ପାଇଁ ବ୍ୟବହୃତ ଲାପଟପ ଓ ପ୍ରିଣ୍ଟର ମଧ୍ୟ ଜବତ କରାଯାଇଛି । ଗିରଫ କରାଯିବା ପରେ ପୋଲିସ ଏମାନଙ୍କୁ କୋର୍ଟ ଚାଲାଣ କରି ରିମାଣ୍ଡରେ ଆଣିଛି । ଦୁଇଜଣ ଅଭିଯୁକ୍ତଙ୍କ ନାମ କାସିମ ଓ ୱାସିଂ ହୋଇଥିବାବେଳେ ଏଥିରେ ବଡ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି ।
ମିଳିଥିବା ସୂଚନାଅନୁଯାୟୀ , ବହୁମାତ୍ରାରେ ନକଲି ନୋଟ ଏକ ପେଟ୍ରୋଲ ପମ୍ପରେ ଜମା ହୋଉଥିବା ମିଳିଥିଲା । ଏହି ସବୁ ନୋଟ ପେଟ୍ରୋଲ ପମ୍ପ ମାଧ୍ୟମରେ ଗ୍ରାହକଙ୍କ ମଧ୍ୟରେ ବିନିମୟ କରାଯାଇଥାନ୍ତା ।
ଜାତୀୟ ସଂସ୍ଥାକୁ ଏ ନେଇ ପୋଲିସକୁ ସୂଚନା ଦେଇଥିଲା ଜ୍ଝ ପୋଲିସ ଏହା ଉପରେ ନଜର ରଖିଥିଲା ଜ୍ଝ ଦୁଇ ଜଣ ଅଭିଯୁକ୍ତ ନକଲି ନୋଟ ନେଇ ପେଟ୍ରୋଲ ପମ୍ପରେ ଜମା କରିବାକୁ ଯାଉଥିବାବେଳେ ପୋଲିସ ଏହି ଦୁଇଜଣଙ୍କୁ କାବୁ କରିଥିଲା ଜ୍ଝ ତେବେ ଏହି ନକଲି ନୋଟ ପ୍ରିଣ୍ଟ କରିବାକୁ ଏତେ ମାତ୍ରାରେ କାଗଜ କେଉଁଠୁ ଆସିଥିଲା ଓ ଏହା ପଛରେ କାହାର ସବୁ ହାତ ରହିଛି ପୋଲିସ ତାହାର ତଦନ୍ତ କରୁଛି