୨୦୨୦ରେ ବାହା ହେବେ ପ୍ରଭାସ

0

(ମମତା ସାମଲ)ରିପୋର୍ଟସଟୁଡେ: ବଲିଉଡରେ ଅଭିନେତା ସଲମାନ ଖାନଙ୍କ ଭଳି ସାଉଥ୍ ଇଣ୍ଡଷ୍ଟ୍ରିରେ ଅଭିନେତା ପ୍ରଭାସଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। କେବେ ସେ ବିବାହ ବନ୍ଧନରେ ବାନ୍ଧି ହେବେଭ ସେ ନେଇ କିଛି ବର୍ଷ ହେଲାଣି ଚର୍ଚ୍ଚା ଲାଗି ରହିଥିଲେ ମଧ୍ୟ ବିବାହକୁ ନେଇ ଏ ପର୍ୟ୍ୟନ୍ତ କୌଣସି ଠୋସ୍ ସୂଚନା ଦେଇ ନାହାନ୍ତି ପ୍ରଭାସ। ତେବେ ସେ ୨୦୨୦ରେ ବିବାହ କରି ପାରନ୍ତି ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ବିବାହକୁ ନେଇ ତାଙ୍କ ମାଉସୀ ଦେଇଥିବା ବୟାନ ପରେ ୨୦୨୦ ପ୍ରଭାସ ବିବାହ କରିପାରନ୍ତି ବୋଲି ଆଶା କରାଯାଉଛି।
ଏକ ତେଲୁଗୁ ସମାଚାର‌ ପୋର୍ଟାଲ ସହ କଥା ହୋଇ ପ୍ରଭାସଙ୍କ ମାଉସୀ ଶ୍ୟାମଲା ଦେବୀ କହିଛନ୍ତି, ଆମେ ପ୍ରଭାସଙ୍କ ବିବାହ କେବେ ହେବ ସେ ଦିନକୁ ଅନାଇ ବସିଛୁ। ଆମର ବହୁତ ବଡ଼ ପରିବାର। ଆମକୁ ପରିବାର ସହ ମିଶି ପାରୁଥିବା ଭଳି ଝିଅ ଦରକାର। ସେଭଳି ଝିଅ ମିଳିଲେ ପ୍ରଭାସଙ୍କ ବିବାହ କରାଇବୁ।
ତାଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ, ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ସାହୋ’ରେ ଦର୍ଶକ ଦେଖିବାକୁ ପାଇଥିଲେ। ଏଥିରେ ସେ ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ ପ୍ରଭାସ୍ । ନିଜର ଆଗାମୀ ଫିଲ୍ମ ‘ଜାନ’ରେ ସେ ଅଭିନେତ୍ରୀ ପୂଜା ହେଗଡେଙ୍କ ସହ ନଜର ଆସିବେ ବୋଲି ଜଣାପଡ଼ିଛି।