୨୦୨୦ ପଦ୍ମ ପୁରସ୍କାର

0

 (ରିପୋଟରର୍ସ ଟୁଡ଼େ): ୧୯୫୪ରୁ ଆରମ୍ଭ ହୋଇଥିବା ଦେଶର ସର୍ବଶ୍ରେଷ୍ଠ ବେସାମରିକ ପଦ୍ମ ପୁରସ୍କାର ଅନ୍ତର୍ଗତ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ପ୍ରଦାନ କରାଯାଇଥାଏ। କଳା, ଶିକ୍ଷା, କ୍ରୀଡା, ଔଷଧ, ସମାଜ ସେବା, ବିଜ୍ଞାନ, ଇଞ୍ଜିନିୟରିଂ, ସାର୍ବଜନୀନ କ୍ଷେତ୍ର, ପ୍ରଶାସନିକ ସେବା, ବାଣିଜ୍ୟ ଓ ଶିଳ୍ପ ଆଦି କ୍ଷେତ୍ରରେ ଅସାଧାରଣ ସଫଳତା ଓ ସେବାର ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଆସନ୍ତା ୨୦୨୦ ମସିହା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯିବାକୁ ଥିବା ପଦ୍ମ ପୁରସ୍କାର-୨୦୨୦ ପାଇଁ ନାମାଙ୍କନ/ସୁପାରିଶ ପତ୍ର ଦାଖଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୧୫, ୨୦୧୯ ରହିଛି। ସମସ୍ତ ଭାରତୀୟ ନାଗରିକ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ। ।  ‘www.padmaawards.gov.in’ରେ ପଦ୍ମ ପୁରସ୍କାର ପାଇଁ ଆବେଦନ କରାଯିବ। ଗୃହ ମନ୍ତ୍ରଣାଳୟର ୱେବସାଇଟ ‘www.mha.gov.in’.ସଦ୍ଭ’ରେ ଏ ସମ୍ପର୍କରେ ଅଧିକ ସୂଚନା ଦିଆଯାଇଛି। ପ୍ରତ୍ୟେକ ନାଗରିକ ନିଜ ପାଇଁ କିମ୍ବା ଅନ୍ୟମାନଙ୍କ ପାଇଁ ନାମାଙ୍କନ ପତ୍ର ଦାଖଲ କରିପାରିବେ। ସେଥିପାଇଁ ଆବେଦନ କରୁଥିବା ବ୍ୟକ୍ତି ସେମାନଙ୍କର ସଫଳତା ସମ୍ପର୍କରେ ୮୦୦ ଶବ୍ଦରେ ଏକ ଲେଖା ଉପସ୍ଥାପନ କରିବେ। ତେବେ ଡାକ୍ତର, ବୈଜ୍ଞାନିକ, ସରକାରୀ କର୍ମଚାରୀ ଓ ପିଏସୟୁମାନଙ୍କରେ କାମ କରୁଥିବା କର୍ମଚାରୀମାନେ ପଦ୍ମ ପୁରସ୍କାର ପାଇଁ ଆବେଦନ କରିପାରିବେ ନାହିଁ।